/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704358053.jpg)
Surrogate Mother
ମରିଯାଇଥିବା ସ୍ୱାମୀର ଶୁକ୍ରାଣୁରେ ପିଲା ଜନ୍ମ କରିବ ସ୍ତ୍ରୀ । ଏଥିପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଜଣେ ମଣିଷ ମରିଯିବା ପରେ ତା’ର ଶୁକ୍ରାଣୁରେ ପିଲା କିଭଳି ଜନ୍ମ ହେବ । ବାସ୍ତବରେ ଏ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ଯେଉଁଠି ମରିଯାଇଥିବା ସ୍ୱାମୀର ଶୁକ୍ରାଣୁକୁ ସରୋଗେସି ପ୍ରକ୍ରିୟାରେ ପିଲା ଜନ୍ମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମ ଅଷ୍ଟ୍ରେଲିଆର ସୁପ୍ରିମକୋର୍ଟ ।
ବାସ୍ତବରେ ଅଷ୍ଟ୍ରେଲିଆର ଜଣେ ମହିଳା ସ୍ୱାମୀ ବଞ୍ଚିଥିବା ସମୟରେ ସରୋଗେସି ମାଧ୍ୟମରେ ଛୁଆ ଜନ୍ମ କରିବାକୁ ସୁପ୍ରିମକୋର୍ଟକୁ ଅନୁମତି ମାଗିଥିଲେ । ୨୦୧୯ ରେ ତାଙ୍କର ୩୧ ବର୍ଷୀୟ ଯବାନ ପୁଅ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ପୁଅ ଯିବାର ୬ ବର୍ଷ ପୂର୍ବେ ତାଙ୍କ ୨୯ ବର୍ଷୀୟ ଝିଅ ମଧ୍ୟ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ।
ଯେହେତୁ ଉଭୟ ଦମ୍ପତି ଏବେ ବୃଦ୍ଧ, ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ନେବା ପୂର୍ବରୁ ଉଉୟ ଏହି ଶୁକ୍ରାଣୁ ଗର୍ଭଧାରଣ ପାଇଁ ବ୍ୟବହୃତ ହୋଇପାରିବ କି ନାହିଁ ଗବେଷଣା କରିଥିଲେ । ଦୁଃଖର ବିଷୟ ଯେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ହିଁ ତାଙ୍କ ୬୧ ବର୍ଷୀୟ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଡିସେମ୍ବର ୨୧ ରେ ଆସିଥିଲା । କିନ୍ତୁ ତାଙ୍କ ସ୍ୱାମୀ ତାର କିଛିଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୧୭ରେ ମୃତ୍ୟୁ ବରଣ କରିଥିଲେ ।
ସୁପ୍ରିମକୋର୍ଟ ଜଜ୍ ଫିଓନା ସେୱାର୍ଡ ରାୟ ଆସିବା ପୂର୍ବରୁ ସ୍ୱାମୀଙ୍କ ଶୁକ୍ରାଣୁ ସଂଗ୍ରହ କରି ମେଡିକାଲ୍ରେ ସଂରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ କୋର୍ଟର ଅନୁମତି ପରେ ହିଁ ଏହି ଶୁକ୍ରାଣୁ ବ୍ୟବହାର କରାଯିବ ବୋଲି ସେ କହିଥିଲେ । ଡିସେମ୍ବର ୨୧ ରେ ରାୟ ଆସିବା ପରେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)