Advertisment

Monalisa Dance: ମିନି ସ୍କର୍ଟରେ ନାଚିଲେ ମୋନାଲିସା, ବିଶ୍ବାସ କରି ପାରିଲେନି ଫ୍ୟାନ

ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Monalisa

Monalisa

କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। କେବଳ ଭାଗ୍ୟ ନୁହେଁ ତାଙ୍କର ପୋଷାକ ପରିଧାନର ଶୈଳୀ ମଧ୍ୟ ବଦଳି ଯାଇଛି। ୧୪୪ ବର୍ଷ ପରେ ହୋଇଥିବା ମହାକୁମ୍ଭରେ ଅନେକ ଲୋକ ଭିନ୍ନ ଭିନ୍ନ କାରଣ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ। ନିଜ ନିଆରା ଆଖି ପାଇଁ ମାଳା ବିକୁଥିବା ମୋନାଲିସାକୁ ସମସ୍ତେ ପସନ୍ଦ କରିଥିଲେ। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିଲେ ମୋନାଲିସ॥ ହେଲେ ବଦଳି ଯାଇଥିଲା ତାଙ୍କ ଭାଗ୍ୟ। ଫେରିବା ପରେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଥିଲେ। ମାଳା ବିକି ଗୁଜୁରାଣ ମେଣ୍ଟଉଥିବା ମୋନାଲିସାଙ୍କୁ ବଲିଉଡରେ ବିଗ ବ୍ରେକ ଦେଇଥିଲେ ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର।

Advertisment

ତେବେ ବର୍ତ୍ତମାନ ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ। ଏହି ଭିଡିଓରେ ମୋନାଲିସା ସାମାନ୍ୟ ମେକ ଅପ କରିଥିବା ବେଳେ ତାଙ୍କୁ କେହି ଚିହ୍ନି ପାରି ନ ଥିଲେ। ଜଣେ ୟୁଜର ଲେଖିଥିଲେ କୁମ୍ଭ ମେଳାର ମୋନାଲିସା ଓ ଏବେର ମୋନାଲିସାକୁ ଚିହ୍ନିବା କଷ୍ଟ। ସେହିପରି ଆଉଜଣେ ୟୁଜର ଲେଖିଥିଲେ ଏଆଇ ଜମାନାରେ କାହାରିକୁ ବିଶ୍ବାସ କରିବା ଅସମ୍ଭବ।

ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର ‘ଡାଏରୀ ଅଫ ମଣିପୁର’ ନାମରେ ଫିଲ୍ମଟି କରୁଛନ୍ତି। ଏହି ଫିଲ୍ମ ପାଇଁ ସେ ମୋନାଲିସାଙ୍କୁ ସାଇନ କରିଥିଲେ। ଏହା ସହ ସନୋଜ ବି ଇନଷ୍ଟାଗ୍ରାମରେ ମୋନାଲିସାଙ୍କ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ତାଙ୍କ ପରିବାର ସହିତ ସେ ଆଲୋଚନା କରିଥିବା ବେଳେ କଠିନ ପରିଶ୍ରମ କରିବା ପାଇଁ ମୋନାଲିସା ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ସନୋଜ।

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

ମନୋଜ ପୂର୍ବରୁ ରାମ ଜନ୍ମଭୂମି, ଦ ଡାଏରୀ ଅଫ ୱେଷ୍ଟ ବେଙ୍ଗଲ ଓ କାଶୀ ଟୁ କଶ୍ମୀର ଭଳି ଫିଲ୍ମ ତିଆରି କରି ସାରିଛନ୍ତି। ଏହି ଫିଲ୍ମର ବଜେଟ ୨୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ମୋନାଲିସାଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ଭବତଃ ସେ ଜଣେ ଆର୍ମି ଅଫିସରଙ୍କ ଝିଅ ଭୂମିକାରେ ନଜର ଆସି ପାରନ୍ତି।

କୁମ୍ଭ ମେଳାକୁ ମାଳା ବିକ୍ରି କରିବା ପାଇଁ ଯାଇଥିବା ମୋନାଲିସା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ତାଙ୍କ ନିଆରା ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ସୋସିଆଲ ମିଡିଆରେ ନୂଆ ସେନ୍‌ସେସନ ପାଲଟି ଯାଇଥିଲେ। ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାଙ୍କ ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଥିଲା ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍।

ନିଜର ଲୋକପ୍ରିୟତା ଦେଖି ପ୍ରଥମେ ପ୍ରଥମେ ସେ ବହୁତ ଖୁସି ହେଉଥିବା ବେଳେ ପରେ ଏହା ଭାରି ପଡିଲା। ଯେତେବେଳେ ଲୋକମାନେ ମୋନାଲିସାଙ୍କ ସହ ସେଲ୍‌ଫି ନେବା ପାଇଁ ଦିନରାତି ଲାଇନ୍ ଲଗାଇଲେ, ସେତେବେଳେ ସେ ଏବଂ ତାଙ୍କ ପରିବାର ସମସ୍ତେ ବିରକ୍ତ ହୋଇଥିଲେ ତେଣୁ ସେ ମହାକୁମ୍ଭ ଛାଡି ନିଜ ଘରକୁ ପଳାଇଥିଲେ।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

Bollywood Kumbh Mela Mahakumbh Monalisa
Advertisment
Advertisment