• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଚର୍ଚ୍ଚାରେ ଟିମ୍‌ ଇଣ୍ତିଆର ଷ୍ଟାର ଖେଳାଳି ବିରାଟ କୋହଲି । ଅନ୍‌ଫିଲ୍ଡ ହେଉ କି ଅଫ୍‌ଫିଲ୍ଡ ସବୁବେଳେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ତ କରନ୍ତି କୋହଲି । କେତେବେଳେ ମ୍ୟାଚ୍‌ ମଝିରେ ନାଚିବା ତ କେତେବେଳେ ବିଦେଶୀ ଖେଳାଳିଙ୍କୁ ନିଜ ଅନ୍ଦାଜରେ ସ୍ଲେଜିଙ୍ଗ କରିବା । ସାଉଥଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କ ପୋଜ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବିରାଟଙ୍କ ଏହି ଅଙ୍ଗଭଙ୍ଗୀକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଛନ୍ତି । ମ୍ୟାଚ୍‌ ମଝିରେ କୋହଲି ପ୍ରଭୁ ଶ୍ରୀରାମଙ୍କ ଭଳି ଧନୁତୀର ମାରୁଥିବାର ପୋଜ୍‌ ଦେଇଥିଲେ । ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାମଲାଲାଙ୍କୁ କଲେ ପ୍ରଣାମ । ଖାଲି ପ୍ରଣାମ କଲେ ତାହା ନୁହେଁ, ବରଂ ତାଙ୍କ ଅନ୍ଦାଜରେ ଧନୁତୀର ଚାଳନା ପୋଜ୍‌ ବି ଦେଲେ । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ସିରାଜ୍‌ଙ୍କ ଘାତକ ବୋଲିଂ ଆଗରେ ସାଉଥାଫ୍ରିକାର କୌଣସି ବ୍ୟାଟ୍ସମ୍ୟାନ ବେଶୀ ସମୟ କ୍ରିଜ୍‌ରେ ଠିଆ ହୋଇପାରିନଥିଲେ । ଯେତେବେଳେ କେଶବ ମହାରାଜ ବ୍ୟାଟିଂ କରିବାକୁ ଆସିଥିଲେ । ଷ୍ଟାଡିୟମରେ ‘ରାମ ସୀୟା ରାମ’ ଗୀତ ବାଜିଥିଲା । ଗୀତ ବାଜିବା କ୍ଷଣି କୋହଲି କେଶବଙ୍କୁ ଦେଖି ପ୍ରଭୁ ଶ୍ରୀରାମଙ୍କ ଅନ୍ଦାଜରେ ତୀର ମାରିବା ପୋଜ୍‌ ଏବଂ ହାତ ଯୋଜି ନମସ୍କାର ବି କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଛନ୍ତି ।

 

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କମାଲ କରିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ । ସେ ପ୍ରଥମ ସ୍ପେଲରେ ହିଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଧରାଶାୟୀ କରି ଦେଇଛନ୍ତି । ସିରାଜ ୯ ଓଭର ବୋଲିଂ କରି ୧୫ ରନ ଦେବା ସହ ୬ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି । ସିରାଜଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଥିଲା ।