• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠାରୁ ଡ୍ରାଇଭର ସଂଘର ସମଗ୍ର ଭାରତରେ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଏଥିରେ ଓଡିଶାର ସମସ୍ତ ଡ୍ରାଇଭର ମାନେ ସାମିଲ ହେବେ । ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଗତକାଲି ଏନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର ଡ୍ରାଇଭର ସଂଘଙ୍କର ମିଳିତ ବୈଠକ ହୋଇଥିଲା ।

ନୂଆ ଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରାଯିବ । ଏତେ ପରିମାଣର ଟଙ୍କା ଡ୍ରାଇଭର ମାନେ କେଉଁଠୁ ଦେବେ ବୋଲି ସର୍ବଭାରତୀୟ ମୋଟର ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ପ୍ରଶ୍ନ କରାଯାଇଛି ।