/odishatv-khabar/media/post_attachments/uploadimage/library/16_9/16_9_0/GI_tag_1704293816.jpg)
GI tag
ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ରାଜ୍ୟର ଉତ୍ପାଦିତ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିଥିବା ନେଇ ଜଣାପଡ଼ିଛି । ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘X’ରେ ସୂଚନା ଦିଆଯାଇଛି । ଜିଆଇ ଟ୍ୟାଗ୍ ମାନ୍ୟାତା ତାଲିକାରେ ରହିଛି ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି ଓ ମୟୂରଭଂଜ କାଇ ଚଟଣୀ ।
ସେହିପରି ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍କୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଥିବାବେଳେ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା ।
ଗତ ଅକ୍ଟୋବର ୩ ତାରିଖ ୨୦୨୩ରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଥିଲା । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ଦିଆଯାଇଥିଲା । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଥିବା ସୂଚନା ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।
ଓଡ଼ିଶାର ଏହି ୮ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି । ବିଶେଷକରି ଖଜୁରୀ ଗୁଡ଼, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ଓ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍କୁ ଜିଆଇ ଟ୍ୟାଗ୍ ମିଳିବାପରେ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)