• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି । ୬୦୦ ବର୍ଗ କିଲୋମିଟର ସୁନାବେଡା ଅଭୟାରଣ୍ୟରେ ବାଘ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି ।

ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି । ଆଗରୁ ବାଘ ଗଣନା ବେଳେ ବାଘର ପାଦ ଚିହ୍ନକୁ ପ୍ଲାଷ୍ଟର ଅଫ୍ ପ୍ୟାରିସରେ ଛାଞ୍ଚ ସଂଗ୍ରହ କରାଯାଉଥିଲା । ଏବେ ଟ୍ରାପ୍ କ୍ୟାମେରା ଲଗାଇ ବାଘ ପାଦ ଚିହ୍ନର ଫଟୋ ଉଠାଯାଉଛି ।

ସୁନାବେଡା ଅଭୟାରଣ୍ୟର ୩ଟି ରେଞ୍ଜ କୋମନା, ସୁନାବେଡା ଓ ନୂଆପଡ଼ା ରେଞ୍ଜର ୧୦ଟି ସେକ୍ସନରେ ଚାଲିଛି ବାଘ ଗଣନା । ୨୭ଟି ବିଟରେ ୨୭ଟି ଟିମ୍ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।