• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଗିରଫ ରଖିଛି ପୋଲିସ। କ୍ୟାଣ୍ଟନମେଣ୍ଟ ପୋଲିସ ପ୍ରଥମେ ୪ ଜଣଙ୍କୁ ଅଟକ ରଖିଥିଲା। ୧୧ ଶହ ଟଙ୍କିଆ ଟିକେଟକୁ ୭ ହଜାର ଟଙ୍କାରେ ବିକ୍ରି କରିବା ସମୟରେ ଗିରଫ କରାଯାଇଥିଲା। ସମୁଦାୟ ୪ ମାମଲାରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୨୫ ଟିକେଟ ସହିତ ୩୦ ହଜାର ଟଙ୍କା ଜବତ କରାଯାଇଛି। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି । ମାତ୍ର ୧୫ ହଜାର ୮୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ୩୦ ହଜାର ପାଖାପାଖି ପାସ୍ ବଣ୍ଟା ଯାଇଛି । ଫଳରେ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଅନେକ କ୍ରୀଡାପ୍ରେମୀ ନିରାଶ ହୋଇଥିବା ବେଳେ ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ଟିକେଟ କଳାବଜାରୀ।

ଅଧିକ ପଢ଼ନ୍ତୁ: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

ଟିକେଟ ମୂଲ୍ୟ ୩-୪ ଗୁଣା ଅଧିକ ମୂଲ୍ୟରେ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି। ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା। ୱେବସାଇଟ୍ ଖୋଲିବା କ୍ଷଣି ଜାମ୍ । ଲଗଇନ୍ କରୁ କରୁ ହଜାର ହଜାର ୱେଟିଂ । କିଏ ୪୭ ହଜାର ପଛରେ ରହିଗଲା ତ ପୁଣି କାହାକୁ ଦେଖାଇଲା ୬୫ ହଜାର ୱେଟିଂ । ଅଧ ଘଣ୍ଟା ମଧ୍ୟରେ ଭିତରେ ୨, ୪, ୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ୍ ଏନକ୍ଲୋଜର A ବ୍ଲକ୍ ଟିକେଟ୍ ବିକ୍ରି ହୋଇଗଲା । କେବଳ ୮ ହଜାର ଟଙ୍କିଆ ଏସି ବକ୍ସ ଗ୍ୟାଲେରୀ ୪ ଓ ୧୦ ହଜାର ଟଙ୍କା ଥିବା ନିଉ ପାଭିଲିୟନ୍ ଫାଷ୍ଟ ଫ୍ଲୋର ଟିକେଟ ଉପଲବ୍ଧ ରହିଥିଲା ।

ସେହିପରି ଅଫଲାଇନ ଟିକେଟ ପାଇଁ ୨ ଦିନର ସମୟ ରହିଥିବା ୧୧ ହଜାର ୮୦ ଟିକେଟ ଦିନକରେ ଶେଷ ହୋଇଗଲା। ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁ ପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି । ଏହାପରେ ବାକି ସମସ୍ତ ଗ୍ୟାଲେରୀ ଟିକେଟ୍‌ ଶେଷ ହୋଇଥିଲା । କିନ୍ତୁ ପ୍ରଥମ ଦିନରେ ସବୁ ଟିକେଟ୍‌ ବିକ୍ରି ହୋଇ ସାରିଥିବାରୁ ଦ୍ବିତୀୟ ଦିନରେ କାଉଣ୍ଟର ଖୋଲି ନଥିଲା।

ଅଧିକ ପଢ଼ନ୍ତୁ: କଟକରେ କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍‌ ମିଳୁଛି ମାଗଣା

OTV is now on Whatsapp

Join and get latest news update delivered to you via whatsapp

Join Now