• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଓଟିଭିକୁ ଏନେଇ ସୂଚନା ଦେଇଛନ୍ତି ।

ପ୍ରାଥମିକ ତଦନ୍ତ ପରେ ଏହି ଘଟଣା ଉପରୁ ଧିରେ ଧିରେ ପରଦା ହଟୁଛି । ପୁରା ମାମଲାର ଏବେ ତଦନ୍ତ ଚାଲିଛି, ପ୍ରମାଣ ଯୋଗାଡ଼ କରାଯାଉଛି । ସବୁ କିଛି ସରିବା ପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନ୍ତି STA ଯୁଗ୍ମ କମିଶନର । ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରକକୁ ଡ୍ରାଇଭର୍ କାହିଁକି ଚଲାଉନଥିଲେ ?

ଯଦି ଅନ୍ୟ କର୍ମଚାରୀ ଜଣକ ଚଲାଉଥିଲେ ତାହେଲେ ସେ ଡ୍ରାଇଭିଂ ଭଲ ଭାବେ ଜାଣିଥିଲେ ତ ? ସବୁଠୁ ବଡ଼ ପ୍ରଶ୍ନ ମଦ ପିଇ କିପରି ଗାଡ଼ି ଚଲାଇବାକୁ ନିଷ୍ପତ୍ତି ନିଆଗଲା ? ଗତକାଲି ରାତିରେ ନୟାଗଡ଼ ଦଶପଲ୍ଲାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ ।

ଏହି ସମୟରେ ବାଣିଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା ବସ୍ । ଏଥିରେ କୋମଳମତି ୩ ଜଣ ଛାତ୍ରୀଙ୍କ ଜୀବନ ଯାଇଛି, ଏକାଧିକ ଆହତ ହୋଇଛନ୍ତି । ସେପଟେ ଶୋକରେ ବୁଡ଼ିଛି ନୟାଗଡ଼ ଜିଲ୍ଲା । କିଏ ଭାବିଥିଲା ପିକନିକ୍ ଯିବାକୁ ଘରୁ ବାହାରିଥିବା ୩ ଜଣ କୋମଳମତୀଙ୍କ ଜୀବନ ଏଭଳି ଚାଲି ଯିବ ।

ଗତକାଲି ରାତିରେ ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ବଲାଙ୍ଗିର ହରିଶଙ୍କର ବାହାରିଥିଲେ । ତେବେ ବାଣିଗୋଛା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ହଠାତ୍ ଏକ ଟ୍ରକ୍ ଛାତ୍ରଛାତ୍ରୀ ଯାଉଥିବା ବସ୍ କୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଜଣକ ପରେ ଜଣେ ଛାତ୍ରଛାତ୍ରୀ ଆହତ ଅବସ୍ଥାରେ ଏଣେତେଣେ ପଡ଼ିଥିଲେ ।

ଏହି ଦୁର୍ଘଟଣାରେ ଦଶମ ଶ୍ରେଣୀର ତିନି ଜଣ ଛାତ୍ରୀ ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶନୀ ଏବଂ ଲୋପାମୁଦ୍ରା ପ୍ରଧାନଙ୍କ ଜୀବନ ଯାଇଛି । ଆଉ କିଛି ଦିନ ପରେ ଦଶମ ବୋର୍ଡ ପରୀକ୍ଷା ଦେଇଥାନ୍ତେ, ଜୀବନକୁ ନେଇ ଏମାନେ ଓ ଏମାନଙ୍କ ପରିବାର କେତେ ଯେ ସ୍ୱପ୍ନ ଦେଖିଥିବେ ତାର କଳନା କରିବା ମୁସ୍କିଲ । ହେଲେ ସେ ସବୁ ସ୍ୱପ୍ନ ଅଧୁରା ରହିଗଲା ।

ଗତକାଲିର ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ୪ ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି