/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706331558.jpg)
IPS Reshuffle
ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର । ମହାଗଠବନ୍ଧନ ଛାଡ଼ି NDAରେ ସେ ଯୋଗ ଦେଇପାରନ୍ତି। ଏଥିପାଇଁ ବିହାରରେ ରାଜନୀତି ଚଳଚଂଚଳ ହୋଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର ଆଜି ଜେଡିୟୁ ବିଧାୟକ ଦଳ ବୈଠକ ଡାକିଛନ୍ତି। ସେପଟେ ବିଜେପି ପକ୍ଷରୁ ବିହାରର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ବୈଠକ ଡକାଇଯାଇଛି । ଏଥିରେ ଆଗାମୀ ଲୋକସଭା ପାଇଁ ରଣନୀତି ସ୍ଥିର ହେବ । ତେବେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
ସେପଟେ ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଦଳି କରିଛନ୍ତି ।
ସେହିପରି ଗତକାଲି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକାକୀ ଯୋଗ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବଙ୍କୁ ଉତ୍ସବରେ ଦେଖିବାକୁ ମିଳି ନ ଥିଲା। ତେଣୁ ଆରଜେଡି ଓ ଜନତା ଦଳ ୟୁନାଇଟେଡ୍ ମଧ୍ୟରେ ଫାଟ ବଢୁଥିବା ଚର୍ଚ୍ଚା ହେଉଛି । ସେପଟେ ଆସନ୍ତକାଲି ବିହାରରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପହଞ୍ଚିବ । ଏହାର ପ୍ରସ୍ତୁତି ପାଇଁ ବିହାର କଂଗ୍ରେସ ପକ୍ଷରୁ ମଧ୍ୟ ବୈଠକ ଡକାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)