/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706352842.jpg)
NTPC Limited Assistant Executive Recruitment Apply for 223 posts
ଭାରତ ସରକାର ଅଧିନରେ ଥିବା NTPC ଲିମିଟେଡ୍ରେ ଚାକିରି କରିବା ନେଇ ସୁଯୋଗ ଆସିଛି। ଏନେଇ NTPC ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ସହକାରୀ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।
Advertisment
ଏନେଇ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ଲାଇନ୍ ମୋଡ୍ରେ ଚାଲିଛି ଆବେଦନ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୨୩ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍ସାଇଟ୍ https://careers.ntpc.co.inକୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Limited Assistant Executive Recruitment Apply for 223 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୫ ଜାନୁୟାରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୦୮ ଫେବୃଆରୀ ୨୦୨୪
ଖାଲି ପଦବୀ:
- UR – ୯୮ଟି ପୋଷ୍ଟ୍
- EWS – ୨୨ଟି ପୋଷ୍ଟ୍
- OBC – ୪୦ଟି ପୋଷ୍ଟ୍
- SC – ୩୯ଟି ପୋଷ୍ଟ୍
- ST – ୨୪ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ
- ସର୍ବନିମ୍ନ ଏକ ବର୍ଷର ଅଭିଜ୍ଞତା
ବୟସ ସୀମା:
- ସର୍ବାଧିକ ବୟସ ୩୫ ହେବା ଉଚିତ
- ବୟସ ଗଣନା ୦୮, ଫେବୃଆରୀ ୨୦୨୪ ଅନୁସାରେ ହେବ
ମାସିକ ଦରମା:
- ପ୍ରାର୍ଥୀ ମାସକୁ ୫୫,୦୦୦ ଟଙ୍କା ଦରମା ପାଇବେ
- ଏହାଛଡା HRA / କମ୍ପାନୀ ଆବାସ, ନାଇଟ୍ ସିଫ୍ଟ ମନୋରଞ୍ଜନ ଭତ୍ତା ଏବଂ ଚିକିତ୍ସା ସୁବିଧା ଅଛି
ଆବେଦନ ଶୁଳ୍କ:
- General/ EWS/ OBC – ୩୦୦ ଟଙ୍କା
- SC/ST/PwBD – ଦେୟମୁକ୍ତ
କିପରି କରିବେ ଆବେଦନ:
- NTPCର ଅଫିସିଆଲ୍ ୱେବସାଇଟ୍ careers.ntpc.co.in କୁ ଯାଆନ୍ତୁ
- ହୋମ୍ପେଜ୍ରେ ନୋଟିସ୍ ବୋର୍ଡରେ ଥିବା ନୋଟିଫିକେସନରୁ ବାଛି କ୍ଲିକ୍ କରନ୍ତୁ
- ବର୍ତ୍ତମାନ 'Apply' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
- ଫର୍ମ ପୂରଣ କରି ପଞ୍ଜୀକରଣ କରନ୍ତୁ
- ପଞ୍ଜୀକରଣ ସମୟରେ ସୃଷ୍ଟି ହୋଇଥିବା ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତର ପ୍ରମାଣ ପାଇଁ ପ୍ରିଣ୍ଟଆଉଟ୍ କାଢନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)