Advertisment

ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।

author-image
Manoranjan Behera
Accident

Accident

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ କାର ଧକ୍କାରେ ଯୁବକ ମୃତ। ମୃତକ ହେଲେ କାମାକ୍ଷାନଗରର ସର୍ବେଶ୍ବର ଚୌଧୁରୀ। ସେ RMCAରେ କାର୍ଯ୍ୟରତ ଥିଲେ। ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisment

ସୂଚନାନୁଯାୟୀ ଜୁଏଲଙ୍କ କାର ସର୍ବେଶ୍ୱରରଙ୍କ ବାଇକକୁ ଧକ୍କା ଦେଇଥିଲା। ପରେ ଜୁଏଲଙ୍କ ପାଇଲଟିଂ ଗାଡ଼ି ସର୍ବେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Youth Death Jual Oram Accident
Advertisment
Advertisment