• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାର୍‌ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣାଟି ଘଟିଛି ଅଷ୍ଟ୍ରେଲିଆରେ । ବନ୍ଦାବର୍ଗକୁ ଯାତ୍ରା କରିବା ସମୟରେ ଘଟିଛି ଏପରି ଘଟଣା । କିଛି ବାଟ ଯିବା ପରେ ସାପଟିକୁ ପରିବାର ସଦସ୍ୟଗଣ ଦେଖିବାକୁ ପାଇଥିଲେ । ଏଣୁ ତୁରନ୍ତ ଗାଡ଼ି ଅଟକାଇ ସମସ୍ତେ ବାହାରକୁ ଚାଲି ଆସିଥିଲେ ।

ବନ୍ଦାବର୍ଗର ଏଲିଅଟ ହେଡ୍ସ ରୋଡରେ ଘଟିଛି ଘଟଣା । ଅଷ୍ଟ୍ରେଲୀୟ ପରିବାର ଗାଡ଼ିରେ ଯାଉଥିବା ବେଳେ ହିଁ ହଠାତ୍ ସାପକୁ ଦେଖିଥିଲେ । ଗାଡ଼ିରେ ଥିବା ଲିଲିଙ୍କ କହିବା ଅନୁଯାୟୀ, ପ୍ରଥମେ ବାପା ଚିତ୍କାର କରି ଡେଇଁ ପଡ଼ିଥିଲେ । ସେ ଡ୍ରାଇଭର ସିଟରେ ବସିଥିଲେ । ସାପଟି ତାଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଥିଲେ ।

ପରେ ପରେ ସେ ଗାଡ଼ି ଅଟକାଇ ବାକି ସଦସ୍ୟଙ୍କୁ ମଧ୍ୟ ବାହାର କରି ଆଣିଥିଲେ । ଗାଡ଼ିରୁ ବାହାରି ପ୍ରାୟ ପାଞ୍ଚ ମିନିଟ ଅପେକ୍ଷା କରିବା ପରେ, ସାପଟି ଏସି ମଧ୍ୟରୁ ବାହାରି ଯାଇଥିଲା । ପୂର୍ବରାତିରେ କାରର ଗୋଟିଏ ଡୋର୍ ଖୋଲାଥିବାରୁ ସାପଟି ସେହିବାଟେ ପ୍ରବେଶ କରିଥିବା ଅନୁମାନ କରୁଛନ୍ତି ପରିବାର ଲୋକେ ।

ଲିଲିଙ୍କ କହିବା ଅନୁସାରେ, ସାପକୁ ଦେଖି ସମସ୍ତେ ଭୟଭୀତ ଥିଲେ । କେହି କିଛି ଭାବିବା ଆଗରୁ ହିଁ ସମସ୍ତେ କାର୍ ଭିତରୁ ବାହାରି ଆସିଥିଲେ । ସାପ ବାହାରିଯିବା ପରେ ସମସ୍ତେ ଫେରି ଆସିଥିଲେ । ସାପଟିର ଲମ୍ବ ପ୍ରାୟ ଏକ ମିଟର ଓ ଏହା ଏକ ହଳଦିଆ ରଙ୍ଗର ସାପ ଥିଲା ବୋଲି କହିଛନ୍ତି ପରିବାର ଲୋକେ ।