• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଚାଲିଗଲା ୩ଟି ଅମୂଲ୍ୟ ଜୀବନ । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଶାଳଭଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍‌ ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୋଟ୍‌ ୨୫ରୁ ଅଧିକ ଆହତ ହୋଇଛନ୍ତି । ୧୧ ଜଣ ଗୁରୁତର ଛାତ୍ରଛାତ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପିକ୍‌ନିକ୍‌ ଯାଉଥିଲେ । ପିକ୍‌ନିକ୍‌ ଯିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍‌ ଭିତରେ ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ସେଥିମଧ୍ୟରୁ ଦୁର୍ଘଟଣାରେ ଆହତ ହୋଇ ୧୨ ଜଣ ଦଶପଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପରେ ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ସେମାନଙ୍କୁ ଭୁବନେଶ୍ୱର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଛାତ୍ରୀ ଶୁଭସ୍ମିତା ସାହୁ ଗୁରୁତର ଭାବରେ ନୟାଗଡ଼ରେ ଚିକିତ୍ସିତ ହେଉଛନ୍ତି । ଆବଶ୍ୟକ ପଡ଼ିଲେ ତାଙ୍କୁ ମଧ୍ୟ ଅନ୍ୟତ୍ର ମେଡିକାଲକୁ ସ୍ଥାନନ୍ତର କରାଯାଇପାରେ ।

ସେପଟେ ମୃତ ଲୋପାମୁଦ୍ରା ପ୍ରଧାନଙ୍କ ମରଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ ପରିବାର ଲୋକେ ପହଞ୍ଚିଛନ୍ତି l ଏପରି ଏକ ଭୟଙ୍କର ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

  • Reported by:
  • JITENDRA BEURA