• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୈଜୟନ୍ତଙ୍କ ଉପରେ ବିଜେପିର ବଡ଼ ଦାୟିତ୍ୱ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ବଡ଼ ଦାୟିତ୍ୱ ଦେଇଛି ବିଜେପି । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି । ଆଜି ବିଜେପି ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଇଲେକ୍ସନ ଇନଚାର୍ଜ ଘୋଷଣା କରାଯାଇଛି । ଦେଶର ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି ।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ଭଳି ସବୁଠାରୁ ବଡ଼ ରାଜ୍ୟର ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ସେହପରି ନିର୍ବାଚନ ପାଇଁ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି । ବିଜୟପାଲ ସିଂ ତୋମାର -ପ୍ରଭାରୀ ଓ ଲତା ଉସେଣ୍ଡି ସହ-ପ୍ରଭାରୀ ଦାୟିତ୍ୱରେ ରହିବେ । ଆଣ୍ଡାମାନ ନିକୋବର ପାଇଁ ଶ୍ରୀ ୱାଇ ସତ୍ୟକୁମାରଙ୍କୁ ନିଯୁକ୍ତ କରିଛି ଦଳ ।

ସେହିପରି ଅରୁଣାଚଳ ପ୍ରଦେଶ ଶ୍ରୀ ଅଶୋକ ସିଂହଲ, ବିହାର ଶ୍ରୀ ବିନୋଦ ତାୱଡେ ଓ ଶ୍ରୀ ଦୀପକ ପ୍ରକାଶଙ୍କୁ ଦାୟିତ୍ୱ ମିଳିଛି । ଚଣ୍ଡିଗଡ଼ରେ ଶ୍ରୀ ବିଜୟଭାଇ ରୂପାଣୀ । ଡାମନଡିଉ ପାଇଁ ଶ୍ରୀ ପୁରନେଶ ମୋଦି ଏବଂ ଦୁଷ୍ମନ୍ତ ପଟେଲଙ୍କୁ ଦାୟିତ୍ୱ ଦେଇଛି ଦଳ ।

ଗୋଆ ପାଇଁ ଶ୍ରୀ ଆଶିଷ ସୁଦ, ହରିୟାଣା ପାଇଁ ଶ୍ରୀ ବିପ୍ଳବ କୁମାର ଦେ ଓ ଶ୍ରୀ ସୁରେନ୍ଦ୍ର ନାଗର, ହିମାଚଳ ପ୍ରଦେଶ ଶ୍ରୀ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଜମ୍ମୁକାଶ୍ମୀର ପାଇଁ ଶ୍ରୀ ତରୁଣ ଚୁଘ୍‌ ଓ ଶ୍ରୀ ଆଶିଷ ସୁଦଙ୍କୁ ଦାୟିତ୍ୱ ମିଳିଛି ।

ଝଡ଼ଖଣ୍ଡ ପାଇଁ ଲକ୍ଷ୍ମୀକାନ୍ତ ବାଜପେୟୀ, କର୍ଣ୍ଣାଟକ ଡା. ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡିଙ୍କ ଉପରେ ଦଳ ଦାୟିତ୍ୱ ଦେଇଛି । କେରଳ ପ୍ରକାଶ ଜାଭେଡକର, ଲଦାଖ ତରୁଣ ଚୁଘ୍‌, ଲାକ୍ଷାଦ୍ୱିପ ପାଇଁ ଅରବିନ୍ଦ ମେନନ୍‌, ମଧ୍ୟପ୍ରଦେଶ  ପାଇଁ ଡା. ମହେନ୍ଦ୍ର ସିଂ ଓ ଶ୍ରୀ ସତୀଶ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି । ପୁଡ଼ୁଚେରୀ ନିର୍ମଳ କୁମାର ସୁରାଣା, ପଞ୍ଜାବ ବିଜୟଭାଇ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦାୟିତ୍ୱ ଦେଇଛି ଦଳ । ସେହିପରି ସିକିମ୍‌ ପାଇଁ ଡା. ଦିଲ୍ଲୀପ ଜୟସ୍ୱାଲ ଓ ତାମିଲ ନାଡ଼ୁପାଇଁ ଅରବିନ୍ଦ ମେନନ୍‌ ଓ ସୁଧାକର ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଉତ୍ତରାଖଣ୍ଡ ପାଇଁ ବିଜେପି ଦୁଷ୍ମନ୍ତ କୁମାର ଗୌତମ ଓ ପଶ୍ଚିମବଙ୍ଗ ପାଇଁ ମଙ୍ଗଲ ପାଣ୍ଡେ, ଅମିତ ମାଲବିୟ ଓ ସୁଶ୍ରୀ ଆଶା ଲକଡାଙ୍କୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦେଇଛି ଭାରତୀୟ ଜନତା ପାର୍ଟି ।