/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706340196.jpg)
Emergency Exit
ବିମାନ ଭିତରେ ଥିଲେ ଯାତ୍ରୀ । ହଠାତ୍ ଖୋଲିଲେ ଜରୁରୀକାଳୀନ ଦ୍ୱାର । ଆଉ ବିମାନର ଡେଣା ଉପରକୁ ଚାଲିଆସିଲେ । ମାତ୍ର କିଛି ସମୟ ବାହାରେ ରହିବା ପରେ ପୁଣି ଜରୁରୀକାଳୀନ ଦ୍ୱାର ଦେଇ ଭିତରକୁ ପ୍ରବେଶ କଲେ । ଯାତ୍ରୀଙ୍କ ଏପରି ବିପଦପୂର୍ଣ୍ଣ କାର୍ଯ୍ୟକୁ ବିମାନବନ୍ଦର କର୍ତ୍ତୃପକ୍ଷ ନାପସନ୍ଦ କରିଥିବାବେଳେ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି ବିମାନରେ ଥିବା ସମସ୍ତ ଯାତ୍ରୀ ।
ବିମାନରେ ମୋଟ୍ ୭୭ଜଣ ଯାତ୍ରୀ ଯାତ୍ରା କରିବାକୁ ଅପେକ୍ଷାରେ ଥିଲେ । ହେଲେ ବିମାନଟିର ଉଡ଼ାଣ ବିଳମ୍ବ ହୋଇଥିଲା । ଗତ ଗୁରୁବାର ଦିନ AM672 ବିମାନ ୪ ଘଣ୍ଟା ୫୬ ମିନିଟ୍ ବିଳମ୍ବରେ ଉଡ଼ାଣ ଭରିଥିଲା । ଯାହାଦ୍ୱାରା ଯାତ୍ରୀମାନେ ବିମାନ ଭିତରେ ବସିରହିଥିଲେ । ବିମାନଟିର ସମସ୍ତ ଡୋର୍ ଲକ୍ ଥିବାରୁ କଛି ସମୟ ପରେ ବାୟୁ ଚଳାଚଳ ହୋଇନଥିଲା । ସମସ୍ତ ଯାତ୍ରୀ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ।
ଫଳରେ ଯାତ୍ରୀମାନଙ୍କ ଶ୍ୱାସକ୍ରିୟା ଠିକ୍ ସେ ହୋଇପାରିନଥିଲା । ତେଣୁ ଯାତ୍ରୀ ଜଣକ ବିମାନଟିର ଜରୁରୀକାଳୀନ ଡୋର୍ ଖୋଲିବା ସହିତ ବିମାନର ଡେଣା ଉପରକୁ ଯାଇଥିଲେ ଏବଂ କିଛି ସମୟ ପରେ ପୁଣି ବିମାନ ଭିତରକୁ ଚାଲିଆସିଥିଲେ । ଏପରି ଏକ ଘଟଣା ମେକ୍ସିକୋ ସିଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ।
ଗୁଆଟେମାଲା ଅଭିମୁଖେ ଯାଉଥିବା AM672 ବିମାନରେ ଅତି କମରେ ୭୭ ଜଣ ଯାତ୍ରୀ ଥିଲେ । ବିମାନରେ ଏପରି ଘଟଣା ଘଟିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀମାନଙ୍କୁ ଠାରୁ ଏ ସମ୍ପର୍କରେ ମତାମତ ମଗାଯାଇଥିଲା । ଏକ ନୋଟବୁକ୍ରେ ଏସମ୍ପର୍କରେ ନିଜର ମତ ରଖିବାକୁ କୁହାଯାଇଥିଲା । ହେଲେ ଯାତ୍ରୀମାନେ ବିମାନର ଜରୁରୀକାଳୀନ ଡୋର୍ ଖୋଲି ବାହାରକୁ ଯାଇଥିବା ବ୍ୟକ୍ତିଙ୍କ ସପକ୍ଷରେ ମଦ ଦେଇଥିଲେ । ତାଙ୍କ କାର୍ଯ୍ୟକୁ ସମର୍ଥନ କରିବା ସହ ବିମାନରେ ଶ୍ୱାସକ୍ରିୟା କରିବାରେ କଷ୍ଟ ହେଉଥିବାରୁ ବ୍ୟକ୍ତି ଜଣକ ସେମାନଙ୍କ ଜୀବନ ରକ୍ଷା କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।
ତାହାସହ ଯାତ୍ରୀମାନେ ଆହୁରି କହିଥିଲେ ଯେ, ବିମାନଟି ବିଳମ୍ବରେ ଉଡାଣ କରିଥିଲା । ସେଥିପାଇଁ ଆମେ ବିନା ପାଣି ଓ ଖଦ୍ୟରେ ଚାରି ଘଣ୍ଟା ଅପେକ୍ଷା କରିଥିଲୁ । ଅନଲାଇନରେ ପୋଷ୍ଟ କରାଯାଇଥିବା ମତ ଅନୁସାରେ ବିମାନରେ ଯାତ୍ରା କରୁଥିବା ବ୍ୟକ୍ତି ଜଣକ ସମସ୍ତଙ୍କ ସୁରକ୍ଷା ପାଇଁ ଏପରି କାର୍ଯ୍ୟ କରିଥିବା ଉଲ୍ଲେଖ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)