• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହଷ୍ଟେଲରେ ଆମ୍ବେଦକରଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିବାରୁ ଛାତ୍ରଙ୍କୁ ରାସ୍ତାରେ ଅର୍ଦ୍ଧଉଲଗ୍ନ କରି ଚଲାଇଲେ । ଏପରିକି ଅର୍ଦ୍ଧଉଲଗ୍ନ କରି ପରେଡ୍‌ ମଧ୍ୟ କରାଇଲେ କିଛି ଛାତ୍ର । ଏଭଳି ଏକ ଅଭିଯୋଗ ଆସିଛି କର୍ଣ୍ଣାଟକରୁ ।

କାଲାବୁରାଗି ଜିଲ୍ଲାର ଏକ ହଷ୍ଟେଲର ଜଣେ ଛାତ୍ର ଗୁରୁବାର ଦିନ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ପ୍ୟାରେଡ୍ କରିଛନ୍ତି । ଏଥିସହ ତାଙ୍କୁ କିଛି ଛାତ୍ର ଅର୍ଦ୍ଧଉଲଗ୍ନ କରି ଚଲାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ୧୫ରୁ ୨୦ ଜଣ ହଷ୍ଟେଲ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଛାତ୍ରଙ୍କୁ ଅର୍ଦ୍ଧଉଲଗ୍ନ କରି ଚଲାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୪୧, ୩୨୩, ୫୦୪, ୫୦୫ ଓ ୫୦୬ ରୁଜୁ କରାଯାଇଛି ।

ସୂଚନା ମୁତାବକ କାଲାବୁରାଗିରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଉଥିବା ‘ଆମ୍ବେଦକର ପୂଜା’ରେ ଯୋଗଦବାକୁ ଛାତ୍ର ଜଣକ ମନାକରିଦେଇଥିଲେ । ଫଳରେ ଏହାକୁ ନେଇ ଆକ୍ରୋଶ ରଖି ୧୫ରୁ ୨୦ ଛାତ୍ର ପୀଡିତଙ୍କୁ ଆକ୍ରମଣ କରିଥିଲେ । କାଲାବୁରାଗି ରାସ୍ତାରେ ପ୍ୟାରେଡ୍ କରାଇବା ସହ ଆର୍ଦ୍ଧଉଲଗ୍ନ କରି ତାଙ୍କ ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ରଖିଥିଲେ ।