• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

‘ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ଆଉ ଏହି ଉକ୍ତିକୁ ଯେପରି ଘୋଷି ଦେଇଛନ୍ତି ବ୍ରିଟେନ ଛାତ୍ର ଜଣକ ।

ବ୍ରିଟେନର ଲିସେଷ୍ଟର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଡିଗ୍ରୀ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ଜଣେ ଛାତ୍ର ‘ଜୟ ସିୟାରାମ’ର ଜପ କରିଥିବା ଖବର ମିଳିଛି । ଆୟୋଜିତ ସମାରୋହରେ ଛାତ୍ରଜଣକ ଶିକ୍ଷକଙ୍କ ପାଦ ଛୁଇଁବା ସହ 'ଜୟ ସିୟାରାମ' କହିଥିଲେ ।

ଏହା ଉପସ୍ଥିତ ଅତିଥିମାନଙ୍କୁ ବିଭୋର କରିଥିଲା । ନିଜର ପରମ୍ପରା, ସଂସ୍କୃତିକୁ ଭୁଲି ନଥିବା ବେଳେ ଏପରି ଆଚରଣ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଛାତ୍ରଜଣକ । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ୱିଟ କରାଯାଇଛି । ଭିଡିଓ ସହ ଲେଖାଯାଇଛି ଯେ, ନିଜର ଐତିହ୍ୟ, ମୂଲ୍ୟବୋଧ ଏବଂ ସଂସ୍କୃତିକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ।

ବ୍ରିଟେନର ଲିସେଷ୍ଟର ୟୁନିଭର୍ସିଟିର ସମାରୋହରେ ଜଣେ ଛାତ୍ର ତାଙ୍କ ଶିକ୍ଷକଙ୍କ ପାଦ ଛୁଇଁବା ସହ ‘ଜୟ ସିୟାରାମ’ କହିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

ଭଗବାନ ରାମଙ୍କ ପ୍ରତି ସମ୍ମାନ ଜଣାଇ ଛାତ୍ର ଜଣକ ଉଚ୍ଚାରିତ କରିଥିବା ସ୍ଲୋଗାନ ସମସ୍ତଙ୍କ ମନରେ ଭକ୍ତି ଉଦ୍ରେକ କରିଥିଲା । ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଛାତ୍ରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । କେହି କେହି ନିଜର ଐତିହ୍ୟ, ମୂଲ୍ୟବୋଧ ଏବଂ ସଂସ୍କୃତିର ମାନ ରଖିଥିବାରୁ ସେ ପ୍ରଶଂସାର ହକଦାର ବୋଲି କହିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now