ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଭୁବନେଶ୍ୱରରେ ସର୍ବାଧିକ ୩୯.୭ ଡିଗ୍ରୀ, ଟିଟିଲାଗଡ଼ ୩୯ ଡିଗ୍ରୀ ଗତକାଲି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା।
ବ୍ରହ୍ମପୁର: ଆଜିର ଦୁନିଆରେ ପ୍ରେମ କହିଲେ ଲୋକେ ଯୁବପିଢ଼ିଙ୍କ କଥା ଭାବନ୍ତି ଏବଂ ଏହାକୁ ଅଢ଼େଇ ଦିନିଆ ବୋଲି କହନ୍ତି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ାର ନରସିଂହ ଦଳେଇଙ୍କ ପ୍ରେମ ଏଦିଗରେ ବ୍ୟତିକ୍ରମ। ପ୍ରେମ ଓ ପ୍ରତିଶ୍ରୁତି ମୃତ୍ୟୁ ଭିତରେ ଜୀବନକୁ ଖୋଜୁଥିବା ଏଇ ମଣିଷଟି ପାଇଁ ଏବେ ଏ ଦୁଇଟି ହିଁ ସମ୍ବଳ। ସେ ନିର୍ଜୀବତା ଭିତରେ ଖୋଜୁଛନ୍ତି ସଜୀବତାକୁ। ପୁଣି ସଜୀବତା ଭିତରେ ଭବିଷ୍ୟତର ନିର୍ଜୀବତାକୁ। ସ୍ୱର୍ଗତ ପତ୍ନୀଙ୍କୁ ଦେଇଥିବା କଥା […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦିଆଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ମନୋନୟନ କମିଟି ଜଷ୍ଟିସ୍ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଛି। ଏହାସହ ଅନ୍ୟ ୮ ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ହେଁ, ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ନାଁ ଘୋଷଣା କରାଯିବ। ଲୋକପାଳ ନିଯୁକ୍ତି କରିବା ଲାଗି ସୁପ୍ରିମ୍କୋର୍ଟ ଦେଇଥିବା ୧୦ ଦିନ ସମୟ ଆଜି ସରୁଛି। ଏଣୁ […]
ଆନ୍ଧ୍ରପ୍ରଦେଶ : ଓ୍ୱାଇଏସ୍ଆର କଂଗ୍ରେସ ନେତା ତଥା ଦଳ ସଭାପତି ଜଗନମୋହନ ରେଡ୍ଡିଙ୍କ ଦାଦା ଓ୍ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଜଗନମୋହନ। ଆଜି ହାଇଦ୍ରାବାଦରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଦାବି କରିଛନ୍ତି। ଏହାସହ ସେ ହତ୍ୟା ପାଇଁ ଟିଡିପିକୁ ଦୋଷ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲା ପୁଲିବେନ୍ଦୁଲା ବାସଭବନରେ ବିବେକାନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାର ତଦନ୍ତ ଲାଗି ଏସ୍ଆଇଟି […]
ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ବିଜେପି ଓ ଏହାର ସହଯୋଗୀ ଇଣ୍ଡିଜିନିୟସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା(IPFT)। ଗତଥର ୧୦ଟି ଆସନ […]
ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚିନ୍ତା। ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଯଦି ଭାଇରାଲ ହୁଏ ପୋଲିସରେ ଅଭିଯୋଗ ହେବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CHSE ଅଧ୍ୟକ୍ଷ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେହିଭଳି ପରୀକ୍ଷା କେନ୍ଦ୍ରକୁ କେବଳ ସୁପରିଣ୍ଟେଣ୍ଡେଣ୍ଟ୍ ହିଁ ମୋବାଇଲ ନେଇପାରିବେ। କପି ଚେକିଂ ପାଇଁ […]
ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା। ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ବୁଲିବା ସୂଚନା ମିଳିଛି। ପରୀକ୍ଷା ୯ଟା୩୦ରେ ଆରମ୍ଭ ହୋଇଥିଲା। ତେବେ ୯ଟା୫୪ରେ ଭାଇରାଲ୍ ହୋଇଥିବା ଚର୍ଚା ହେଉଛି। ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ ,ପୂର୍ବରୁ ଓଡ଼ିଆ, ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ୍ ହୋଇଥିଲା।
କଟକ : ପୁଣି ଅଜଣା ଯନ୍ତୁର ଆତଙ୍କ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ । ଗତକାଲି ରାତିରେ ସେହି ଗାଁର ମାତାଜି ମହାନ୍ତିଙ୍କ ଗୁହାଳରେ ଅଜଣା ଯନ୍ତୁ ପଶି ଗୋଟେ ମେଣ୍ଢାକୁ ମାରିଦେଇଥିବା ବେଳେ ଆଉ ଗୋଟେ ମେଣ୍ଢା ଆହତ ହୋଇଛି। ତେବେ ଏହି ଅଞ୍ଚଳରେ ମେଣ୍ଢା ପାଳକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିବା ବେଳେ ଘଟଣାର ତଦନ୍ତ ଦାବି ହୋଇଛି।
ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଶିକ୍ଷା ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ଜମି ଚିହ୍ନଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା […]
ବଲାଙ୍ଗିର : ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ। ସଂଘବଦ୍ଧ ଭାବେ କିଛି ଲୋକ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ୨୦ରୁ ୨୫ ସନ୍ଦିଗ୍ଧ ବ୍ୟକ୍ତି ଗୋଦାମରେ ଚଢ଼ାଉ କରିଥିଲେ। ଏଥି ସହିତ ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ସିସିଟିଭି ଭାଙ୍ଗିଦେଇଥିଲେ। ପରେ […]
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ। ନିରଞ୍ଜନ ପୂଜାରୀ ହେଲେ ଜଳ ସଂପଦ ମନ୍ତ୍ରୀ। ସେହିଭଳି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ ଯାଇଛି। ପୂର୍ତ୍ତ, ଜଳ ସଂପଦ ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ଅନେକ ଦିନରୁ ନବୀନ ପଟ୍ଟନାୟକଙ୍କ ନିକଟରେ ଜଳ ସଂପଦ, ପୂର୍ତ୍ତ ବିଭାଗ ହାତରେ ଥିଲା। ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ହେଲେ ଶକ୍ତି ବିଭାଗ ମନ୍ତ୍ରୀ। ଅନନ୍ତ ଦାସଙ୍କୁ ଉଚ୍ଚ ଶିକ୍ଷା ସହ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ସ୍ୱାସ୍ଥ୍ୟ […]
ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡାହାଣୀ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବା […]
ନୂଆଦିଲ୍ଲୀ: ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବାମପନ୍ଥୀ ଦଳର ଅବସାନ ହେବାକୁ ଯାଉଛି। କାରଣ ବହୁତ ଶୀଘ୍ର ବିଜେପି ଏଠି ସରକାର ଗଠନ କରିବ। ତ୍ରିପୁରାରେ ଫେବୃଆରୀ ୧୮ରେ ୬୦ଟି ଆସନ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି) ୪୨ଟି ସିଟରେ ଆଗୁଆ ଅଛି। ଅପରପକ୍ଷରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସୂଚନାଥାଉ କି, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ […]
ଚେନ୍ନାଇ: କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନଙ୍କୁ ଶନିବାର ସକାଳେ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍ ମିଳି ନ ଥିଲେ ମଧ୍ୟ ତାଙ୍କୁ ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସମେତ ଦଳେ ଡ଼ାକ୍ତର ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି। ଶୁକ୍ରବାର ୭୨ ବର୍ଷୀୟ ନେତା ପିନରୟି ବିଜୟନ କେରଳର ଆଦିବାସୀ ଯୁବକ ମଧୁ ଚିନ୍ଦାକିଙ୍କ ଘରକୁ ଯାଇଥିଲେ। ମଧୁ ଚିନ୍ଦାକିଙ୍କୁ ଖାଦ୍ୟ ଚୋରାଇଥିବା ଅଭିଯୋଗରେ ଲୋକେ ପିଟି ପିଟି […]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ଘର ଭାଙ୍ଗି ଦେଇଛନ୍ତି। ଛତ୍ରମଣ୍ଡଳ ଗାଁରେ ୫ଟି ଘର ଭାଙ୍ଗି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି। ରାଇରଙ୍ଗପୁରରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡେଇବାରେ ଲାଗିଛି। ହାତୀପଲ ଛତ୍ରମଣ୍ଡଳ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି। ଏହି ପଲରେ ୧୨ଟି ହାତୀ ଥିବା ଅନୁମାନ […]
ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢିବ ତାତି। ଏଭଳି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଓଡିଶା ଉପରେ ପବନର ଗତି ପରିବର୍ତ୍ତନ ହେଉଛି। ପୂର୍ବରୁ ଓଡିଶା ଉପରକୁ ଉତ୍ତର ଦିଗରୁ ପବନ ବହୁଥିବା ବେଳେ ଏବେ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଛି। ଯାହା ରାଜ୍ୟରେ ତାତି ବଢାଇବାରେ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ କେନ୍ଦ୍ର।
ଭୁବନେଶ୍ୱର: ଜୋରଧରିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଆଜି ଓ ଆସନ୍ତା ସୋମବାର ସମସ୍ତ କାର୍ଯ୍ୟବନ୍ଦ କରିବା ସହ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ଜୁଡିସିଆଲ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ୍ ପଦବୀ ପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି।
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ। ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ। ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥାୱରଚାନ୍ଦ ଗେହଲଟ ଓ ରାମଦାସ ଅଠୱାଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ ବୋର୍ଡ ବୈଠକରେ ମେଘାଳୟ, […]
ଇସଲାମାବାଦ : ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଏବଂ ତାଙ୍କ ପ୍ରଶିକ୍ଷଣ ଶିବିର ଧ୍ୱଂସ ନେଇ ମିଳିଲା ଆଉ ଏକ ପ୍ରମାଣ। IAF ଆକ୍ରମଣରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ମତ୍ୟୁ ହୋଇଥିବା ନେଇ ପାକିସ୍ତାନ ସେନା ଅଧିକାରୀ ମାନିଥିବା ଦାବି କରିଛନ୍ତି। ଆମେରିକାର ଜଣେ ସାମାଜିକ କର୍ମୀ ସେଙ୍ଗେ ହସନାନ ଶେରିଙ୍ଗ ପାକିସ୍ତାନର ଗିଲଗିଟ୍ରେ ରହୁଥିବା ଏହି କର୍ମୀ ଜଣକ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଜାରି କରିଛନ୍ତି। ଭିଡିଓରେ ପାକିସ୍ତାନ ସେନାର […]
ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପାର୍କିଂ କରାଯାଇଥିବା ବେଳେ ନିଆଁ ଲାଗି ଥିବାର ସୂଚନା ମିଳିଛି। ବସଟି ଜଳିବା ସମୟରେ କୌଣସି ଯାତ୍ରୀ କିମ୍ବା ଡ୍ରାଇଭର ନଥିଲେ। ନିଆଁର କାରଣ ଅସ୍ପଷ୍ଟ। ତେବେ ଟୁରିଷ୍ଟ ବସ୍ କେଉଁଠାରୁ କେଉଁଠିକୁ ଯାଉଥିଲା ତାହା ମଧ୍ୟ କିଛି ଜଣାପଡ଼ିନାହିଁ। ବସଟିକୁ ଜାଳି ଦେଇଥିବାର ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।