ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।
ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ।
ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ, ପଖାଳକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ।