ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା। ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ AIADMK ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଏହାକୁ ନେଇ ଗୃହକୁ ଦିନ ୧୨ଟା ପଯର୍ୟନ୍ତ ମୁଲତବୀ ରଖିଥିଲେ […]
ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି। ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। […]