ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ। ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା […]