ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା […]
ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି। ଦରମା: ମାସିକ ୧୯, ୯୦୦ ଟଙ୍କା। ନିଯୁକ୍ତି ସ୍ଥାନ: ନାଗପୁର ଶିକ୍ଷାଗତ […]
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର। ଏଥିରେ ଆଉ କାହାର କିଛି କହିବାର ନାହିଁ। ଏଆଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା […]
ଭୁବନେଶ୍ୱର: ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକମାନେ ହେଲେ ଯାଜପୁର ସଦର ଥାନା ଝାଲପଡା ଗ୍ରାମର ଘନ ମଲିକ, ବରୀ ଥାନା ହଳଦି ବସନ୍ତ ଗ୍ରାମର ପଇ ଦଳେଇ ଓ କେନ୍ଦୁଝର ତେଲକୋଇ ଥାନା ପାଟକେଲିପୁର ଗ୍ରାମର ସନାତନ ମୁଣ୍ଡା। ଏମାନେ ସମସ୍ତେ ତାମିଲନାଡୁ ବଡମୁଦୁରାଇରେ ଥିବା ବନାରିବାସ ସୂତା କଳରେ କାମ କରୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ଓଡିଆ ଶ୍ରମିକ ଏବଂ ତାମିଲ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। […]
କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି। ବାଳ ଅପରାଧ ସଂପର୍କିତ ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଏଣ୍ଡ ଚ୍ୟାଲେଞ୍ଜ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ […]
ଭୁବନେଶ୍ୱର: ସ୍ମାରକୀ ଡାକ ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ। ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଟ୍ରେନ […]
କେନ୍ଦ୍ରାପଡ଼ା: ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ । ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ। ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲେ। ଏହାପରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡ଼ିଂ କରିଥିଲେ। ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏମିତିକି କଥା ନମାନିଲେ ପରିବାର ଲୋକଙ୍କୁ ମାରିଦେବା ଧମକ […]
ଭୁବନେଶ୍ୱର: ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଓଡ଼ିଆ ଯୁବକ ଦିବ୍ୟରଂଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେ ଚିଠିଲେଖିଛନ୍ତି। ଦିବ୍ୟରଂଜନଙ୍କୁ ମୁକ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା। କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଂଜନ ବେହେରା ଗତ ୨ ମାସ ଧରି ଦୁବାଇରେ ଫସି ରହିଛନ୍ତି। ଦିବ୍ୟରଂଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ […]
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି। ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ରହିଛି। ଜମାତ୍ -ଏ-ଇସ୍ଲାମୀ ପରେ ମାସକ ଭିତରେ ଦ୍ୱିତୀୟ ବିଚ୍ଛିନ୍ନବାଦୀ ସଂଗଠନ ଭାବେ JKLFକୁ ବ୍ୟାନ୍ କରାଯାଇଛି। ସଂଗଠନର […]
କୋରାପୁଟ: କୋରାପୁଟରେ ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ଏହି ଗଣ୍ଡଗୋଳ ହୋଇଛି। ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ। ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଲାଗିରହିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର-ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ। ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ୍ ଚିକିତ୍ସା ନକରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ […]
କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି ଜବତ ହୋଇଛି। ପୂର୍ବରୁ […]
ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି ୩୨ ଜଣ ଅଫିସରଙ୍କ ତାଲିକା। ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ। ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଗ୍ରାଉଣ୍ଡରେ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରିବା, ନିରପେକ୍ଷ ଭାବେ ମତାମତ ସଂଗ୍ରହ କରି ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଏହି […]
ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା। ତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର […]
ବିହାର : ବିହାରରେ ମହାମେଣ୍ଟ ପକ୍ଷରୁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ମୋଟ୍ ୪୦ ଆସନରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨୦ଟି ଆସନରେ ଲଢ଼ିବ। କଂଗ୍ରେସ ୯ଟି, ଉପେନ୍ଦ୍ର କୁଶଓ୍ୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୫ଟି ଓ ଜିତନରାମ ମାଞ୍ଝିଙ୍କ ଦଳ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ସେହିପରି ବିକାଶିଲ ଇନ୍ସାଫ୍ ପାର୍ଟି ତିନିଟି ଆସନରେ ଲଢ଼ିବାକୁ ଥିବାବେଳେ ଆରଜେଡି କୋଟାରୁ ସିପିଆଇ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ […]
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସିନଥିଲା ଆଡ୍ମିଟ୍ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରିନଥିଲେ। […]
ବ୍ରହ୍ମପୁର : ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପେଟ୍ରୋଲ ପମ୍ପ ବନ୍ଦକୁ କିଛି ପେଟ୍ରୋଲ ପମ୍ପ ମାଲିକଙ୍କ ସମର୍ଥନ। ଗତକାଲି ଦୁଇଟି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଜି ଆଉ କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବିନା ହେଲମେଟରେ ପେଟ୍ରୋଲ ନଦେବାକୁ ନିକଟରେ ବ୍ରହ୍ମପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହାପରେ ମଧ୍ୟ କିଛି ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ପେଟ୍ରୋଲ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶରେ ଅବମାନନା କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ଟି […]
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏବେ ବି ତାକୁ ଖାଦ୍ୟ ନଳୀ ଜରିଆରେ ତରଳ ଖାଦ୍ୟ ଦିଆଯାଉଛି। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ଭୂୟାଁ […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ । ତେବେ ତାଙ୍କର ଏହି ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପ୍ରସାଦ ହରିଚନ୍ଦନ ୨୦୧୯ ନିର୍ବାଚନ ଯାଏଁ ସଭାପତି ପଦରେ ରହିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।” ସନ୍ଧ୍ୟା ମହାପାତ୍ର କହିଛନ୍ତି,“ […]