ସାଲେପୁର: କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ହୋଇ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଜମ୍ମୁ-କଶ୍ମୀର : ଲୋକସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ଏକା ସମୟରେ ବିଧାନସଭା ନିର୍ବାଚନ ନକରିବାକୁ ନେଇ ଜୋର ଧରିଛି ରାଜନୀତି। ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରେ ନିର୍ବାଚନ ନକରିବା ଦ୍ୱାର ପ୍ରଧାନମନ୍ତ୍ରୀ ପାକିସ୍ତାନ ଏବଂ ହୁରିୟାତ ଆଗରେ ଆତ୍ମସମର୍ପଣ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଓମାର୍। ସେହିପରି ଜମ୍ମୁ କଶ୍ମୀରରେ ନିର୍ବାଚନ ନକରିବା ଗଣତନ୍ତ୍ର […]
ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀମାନେ। ଯାଜପୁର ରୋଡ଼ ମୁଣ୍ଡମାଳ ଗାଁରେ ପିଟିଲେ ଲୋକେ। ଆହତ ତହସିଲଦାର ହେଲେ ସପନ କୁମାର ନନ୍ଦ। ତହସିଲଦାର ଓ RIଙ୍କ ସମେତ କିଛି କର୍ମଚାରୀଙ୍କୁ ବି ପିଟିଲେ ଗ୍ରାମବାସୀମାନେ। ବେଆଇନ ମୋରମ ଅନଲୋଡ଼ ବେଳେ ଚଢ଼ାଉ କରିବାରୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରୁ ତହସିଲଦାର ଓ କର୍ମଚାରୀଙ୍କୁ ପୋଲିସ୍ ଉଦ୍ଧାର କରିବା ସହ ଆକ୍ରମଣ ଘଟଣାରେ ମୁଣ୍ଡମାଳ ଗାଁର ୫ ଜଣଙ୍କୁ ଅଟକ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି। ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଲଣ୍ଡନରୁ ଫେରିବା ପରେ କାର୍ତ୍ତିଙ୍କୁ ସିବିଆଇ ସଙ୍ଗେ ସଙ୍ଗେ ଗିରଫ କରିବା ସହ ହେପାଜତକୁ ନେଇଥିଲା ବୋଲି ସୂଚନା ମିଳିଛି। ଆଏନଏକ୍ସ ମିଡ଼ିଆକୁ ବିଦେଶୀ ନିବେଶ ମଞ୍ଜୁରୀ ପ୍ରଦାନ କରିବା ଲାଗି […]
ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନଥିଲା। ୧୯୫୪ରେ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ କାଞ୍ଚି ମଠର ପ୍ରମୁଖ କରାଯାଇଥିଲା। […]
କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି। ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଗତ ୨୩ ତାରିଖରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ପ୍ରାୟ ଘଣ୍ଟାଏ ପରେ ଏହି […]
ବରଗଡ଼: ଆଜି ବିଜେପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଜନାଦେଶ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ଗଣତି ବେଳେ ୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ। EVMରେ ସିଲ୍ ହୋଇରହିଛି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ। ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବିଜୟ ପାଇଁ ଦୃଢ […]
ବଲାଙ୍ଗିର : କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ବି ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍ର ଟିମ୍ କେବଳ କୋରିୟର ଆସିଥିବା ସ୍କାଏ କିଂ ଶାଖାରେ ଚକ୍କର ଲଗାଇଥିଲେ ମଧ୍ୟ କିଛି ପକ୍କା ସୁରାକ୍ ପାଇ ନଥିବା ଜଣାପଡ଼ିଛି। କାରଣ ଏଯାଏଜଣାପଡ଼ିନି କୋରିୟରର ପ୍ରେରକ ଆର୍.କେ. ଶର୍ମା ନାଁ ଅସଲି ନା ନକଲି। କୋରିୟର ପଠାଇଥିବା […]
ଭୁବନେଶ୍ୱର : ରାତି ପାହିଲେ ଆସିବ ବିଜେପୁର ଫୈସଲା। ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି। ପରସ୍ପରକୁ ମାତ୍ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ, କିଏ ୨୦ ହଜାର। ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି। ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ଜୋରଦାର ତନାଘନା ଜାରି ରଖିଛି ପୋଲିସ। ବଲାଙ୍ଗିର ଜିଲ୍ଲା ପୋଲିସର ଦୁଇଟି ଟିମ୍ ରାୟପୁର ସମେତ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଛନ୍ତି। ତେବେ ଏହି ବିସ୍ଫୋରଣର ଏକମାତ୍ର ସାକ୍ଷୀ ତଥା ମୃତ ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରୀନାଙ୍କ ବୟାନ୍ ରେକର୍ଡ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ବର୍ତ୍ତମାନ ସେ ଏସସିବିରେ ଚିକିତ୍ସାଧିନ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କ ବୟାନ ରେକର୍ଡ […]
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ଣିଂ ସେଣ୍ଟର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ମାର୍ଚ୍ଚ ୧୭ କିମ୍ବା ୧୮ରେ ଓଡ଼ିଶା ଆସିପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକରେ ଅବସ୍ଥିତ ବିଜୁବାବୁଙ୍କ ପୈତୃକ ଘର ‘ଆନନ୍ଦ ଭବନ’କୁ ତାଙ୍କରି ସ୍ମୃତିରେ ଏକ ସଂଗ୍ରହାଳୟ ତଥା ଲର୍ଣ୍ଣିଂ ସେଣ୍ଟରରେ ପରିଣତ କରାଯାଇଛି। ଓଡ଼ିଶା ଆସୁଥିବା […]
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୬ରେ ଆରମ୍ଭ ହେବାକୁ ଥିବା ମିଳିତ ନୌ-ସମରାଭ୍ୟାସ ‘ମିଲନ’ ରେ ମାଳଦୀପ ଅଂଶଗ୍ରହଣ କରିବ ନାହିଁ। ଏନେଇ ନାଭି ଚିଫ୍ ଆଡ଼ମିରାଲ ସୁନୀଲ ଲାନବା ମଙ୍ଗଳବାର ସୂଚନା ଦେଇଛନ୍ତି। ନୌ-ସମରାଭ୍ୟାସରେ ଅଂଶଗ୍ରହଣ ନକରିବା ପଛରେ କାରଣ କ’ଣ ସେନେଇ ମାଳଦୀପ କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି ଲାନବା କହିଛନ୍ତି। ଅନ୍ୟପକ୍ଷରେ ଏହି ମିଳିତ ସମରାଭ୍ୟାସରେ ୧୬ଟି ଦେଶ ଭାଗ ନେବେ ବୋଲି ସମତି ପ୍ରକାଶ କରିଛନ୍ତି। ଦ୍ୱିବାର୍ଷିକ ମିଳିତ ନୌ-ସମରାଭ୍ୟାସ ‘ମିଲନ’ […]
ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ବର୍ତ୍ତମାନ ପ୍ଲସ୍ ଟୁ ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ପରୀକ୍ଷାକୁ ଅବାଧ ଓ ସ୍ବଚ୍ଛ କରିବାକୁ CHSE ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ସବୁ +୨ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟଣ୍ଡେଣ୍ଟଙ୍କୁ ଅଧ୍ୟକ୍ଷଙ୍କ ଚିଠି। ହଲକୁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ନେବାକୁ ପରୀକ୍ଷାର୍ଥୀ, ନିରୀକ୍ଷକ ଓ ଅନ୍ୟ ଷ୍ଟାଫଙ୍କୁ ବାରଣ କରଯାଇଛି। ଷ୍ଟାଫଙ୍କ ମୋବାଇଲକୁ ଗୋଟିଏ ରୁମରେ ଗଚ୍ଛିତ ରଖାଯିବ। ତେବେ ପରୀକ୍ଷା କେନ୍ଦ୍ରର ଅଧିକ୍ଷକଙ୍କୁ କେବଳ ମୋବାଇଲ […]
ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ମାତିଲା ଲାଲବାହିନୀ। ଛତିଶଗଡ଼ ସୁକମା ଜିଲ୍ଲା ଭଟିଗୁଡ଼ାରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି। ଘରୁ ଟେକିନେଇ ଜଙ୍ଗଲ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ କାରଣ କଣ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଇନଫରମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ଦିନ ତଳୁ ମାଓବାଦୀ ସଂପୃକ୍ତ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ। ଆଉ […]
ନୂଆଦିଲ୍ଲୀ : ଘୋଷଣା ହୋଇଛି ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ। ଏହା ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ୭ଟି ପର୍ଯ୍ୟାୟରେ ସପ୍ତଦଶ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ହେବ ମତଦାନ। ଏପ୍ରିଲ ୧୮ତାରିଖରେ ଦ୍ୱିତୀୟ ଏବଂ ୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ସେହିଭଳି […]
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭ ନହେଉଣୁ ବଢ଼ିଲାଣି ତାତି। ଆଗକୁ ପାରଦ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବର୍ତ୍ତମାନ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି । କେବଳ ସେତିକି ନୁହେଁ, ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।