ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ସହ ଜଣେ ମହିଳା ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ସୁଧାକର ନିହତ । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି ।
ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ଗିରଫ ହୋଇଛି ।
ଦିନେ ଘଞ୍ଚ ଜଙ୍ଗଲରେ ଲଢୁଥିଲେ ସୁରକ୍ଷାକର୍ମୀଙ୍କ ସହ...ଏବେ ପାଲଟି ଯାଇଛନ୍ତି ଶବ...ଯେଉଁ ଅସ୍ତ୍ରଶସ୍ତ୍ର ଧରି ଗରିଲା ଯୁଦ୍ଧ ଲଢୁଥିଲେ..ଏବେ ଅସ୍ତ୍ରଶୂନ୍ୟ ଅବସ୍ଥାରେ ନିସ୍ତେଜ ୨୭ ମାଓବାଦୀଙ୍କ ମୃତଦେହ...ପ୍ରତିଟି ମାଓବାଦୀଙ୍କୁ ଚିହ୍ନଟ ପରେ ମୃତଦେହର କଭର୍ ଉପରେ ଲେଖାଯାଇଛି ସେମାନଙ୍କ ନାଁ ।
ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓବାଦୀଙ୍କ ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି।
ନକ୍ସଲ ସଂଗଠନର ମେରୁଦଣ୍ଡରେ ଶକ୍ତପ୍ରହାର । ଏକା ମାଡ଼କେ ୨୭ ନକ୍ସଲଙ୍କ ସହ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜୁ ବି ସଫା । ନକ୍ସଲଙ୍କ ଶେଷଗଡ଼ କୁହାଯାଉଥିବା ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲ ଅନ୍ତର୍ଗତ ନାରାୟଣପୁରରେ ଗଲା ତିନିଦିନ ଧରି ଚାଲିଥିବା ସୁରକ୍ଷାକର୍ମୀଙ୍କ ବଡ଼ ଅପରସେନରେ ସାମ୍ନାକୁ ଆସିଛି ଏ ବଡ଼ ଖବର ।
ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ।
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।
ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର । ଟଳିଲେ ୨ ମାଓବାଦୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । ପଢନ୍ତୁ ପୁରା ଖବର
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।
ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ ।
ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା।
ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ। ତେଣୁ ଜନ ଅଦାଲତରେ ସେମାନଙ୍କୁ ମୃତ୍ୟୁଦଣ୍ଡ […]