ଭୁବନେଶ୍ୱର: ୬ ବର୍ଷ ପୁରଣ କରିଥିବା ସମସ୍ତ ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ଶିକ୍ଷା ସହାୟକ ଭାବେ ୩ ବର୍ଷ କାର୍ଯ୍ୟ କଲେ କନିଷ୍ଠଶିକ୍ଷକ ଓ କନିଷ୍ଠଶିକ୍ଷକ ଭାବେ ୩ ବର୍ଷ କାମ କଲେ ନିୟମିତ ଶିକ୍ଷକ ହେବ ବୋଲି ନିୟମ ଥିଲେ ମଧ୍ୟ ସରକାର ଏହି ନିୟମ କୁ ପାଳନ କରୁନାହାନ୍ତି। ଏହା ସହିତ ୬ ବର୍ଷ ଠିକା ଭାବେ କାର୍ଯ୍ୟ କରିଥିବା […]
ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ତ୍ରିପୁରା ଭଳି ମେଘାଳୟରେ ବି ସରକାର ଗଠନ କରିବାକୁ ଯାଉଛି NDA। ନିର୍ବାଚନରେ ଅଧିକ ସିଟରେ କଂଗ୍ରେସର ବିଜୟ ସତ୍ତ୍ୱେ BJP ସମର୍ଥନରେ ମେଘାଳୟରେ ସରକାର ଗଢିବ NPP। NPP ନେତା କନ୍ରାଡ୍ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି NPPକୁ BJP, UDP ଓ HSPDP ସମର୍ଥନ ଜଣାଇଥିବା ନେଇ ଦାବି ରଖିଛନ୍ତି। ଆସନ୍ତା ୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସାଙ୍ଗାମା ଶପଥ ନେଇପାରନ୍ତି। ମେଘାଳୟ ବିଧାନସଭା […]
ଭୁବନେଶ୍ୱର: ବିଜେପୁରରେ ବିଜେଡି ଭୋଟ କିଣି ଜିତିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁର ବିଜୟ ଜିଣା ନୁହେଁ ବରଂ କିଣାଯାଇଛି ବୋଲି କହିଛନ୍ତି ଜୁଏଲ। ଜୁଏଲଙ୍କ ଜବାବରେ କୃଷିମନ୍ତ୍ରୀ କହିଛନ୍ତି, ଆମେ ୫୦୦ ଦେଲେ ବିଜେପି ୨ ହଜାର ଟଙ୍କା ଦେଇଛି। ବିଜେଡିକୁ SBI ଓ ବିଜେପିକୁ RBI ସହ ତୁଳନା କରି ମହାରଥୀ ଏହା କହିଛନ୍ତି। ତେବେ ଦଳ ଭୋଟରଙ୍କୁ କଣ ୫୦୦ ଟଙ୍କା ଦେଇଛି ବୋଲି ପ୍ରଶ୍ନ ପରେ ମହାରଥୀ […]
ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷାଅ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ମାଟିକ୍ର ପ୍ରଶ୍ନପତ୍ର ଭାଇରାଲ୍ ପରେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଏବେ ସତର୍କ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି। ଏପରିକି ପ୍ରଶ୍ନପତ୍ର ଖୋଲା ହେବା ସମୟରେ ବିଦ୍ୟାଳୟର କୌଣସି କର୍ମଚାରୀ ଏବଂ ଶିକ୍ଷକମାନେ ମଧ୍ୟ ପାଖରେ ମୋବାଇଲ୍ ରଖିପାରିବେ ନାହିଁ । ଚଳିଚ […]
ପାଣାଜି : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗ ସଂପର୍କରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଟୁଇଟ୍ କରିଛନ୍ତି। ଦୀର୍ଘ ଦିନ ହେଲା ପାନ୍କ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ ପାରିକର। କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। Extremely sorry to hear of the passing of Shri Manohar Parrikar, Chief Minister of Goa, […]
ଭୁବନେଶ୍ୱର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି। ଗତବର୍ଷ ସିବିଏସ୍ଇ ଦ୍ୱାଦଶ ମୂଲ୍ୟାୟନରେ ବିଭ୍ରାଟ ହୋଇଥିବାରୁ ଚଳିତ ବର୍ଷ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ଭୁବନେଶ୍ୱର ରିଜିଅନରୁ ସିବିଏସ୍ଇ ଦଶମ ପରୀକ୍ଷାର ମୋଟ୍ ୭୭ ହଜାର ୭ ଶହ ପରୀକ୍ଷାର୍ଥୀ ଓ ଦ୍ୱାଦଶ ପରୀକ୍ଷାରେ ମୋଟ୍ ୬୬ ହଜାର ୩ ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସମୁଦାୟ ୯୨୭ଟି ସ୍କୁଲ୍ର ଛାତ୍ରଛାତ୍ରୀ ୨୩୦ଟି ପରୀକ୍ଷା […]
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳିତ ହେବ ପଞ୍ଚାୟତିରାଜ ଦିବସ । Remembering the great Biju Babu on his Jayanti. He was a visionary who tirelessly served the people of Odisha and the nation. His efforts empowered lakhs of people and freed them from the clutches of poverty. […]
ଭୁବନେଶ୍ୱର: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କୁ ଘେରିବ। ବିଶେଷକରି ମହାନଦୀ ସହ ରେଲେଓ୍ୱ ପ୍ରସଙ୍ଗକୁ ଜୋରଦାର କରିବ ଦଳ। ଚଳିତ ଅଧିବେଶନରେ ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଲୱେ ଅଧିନରେ ରଖିବାକୁ ଦାବି କରିବ ବିଜେଡି। ରାଉରକେଲା, ରାୟଗଡ଼ା ଓ ଯାଜପୁରରେ ତିନିଟି ରେଲେଓ୍ୱ ହେଡକ୍ୱାର୍ଟର ପ୍ରତିଷ୍ଠା ପାଇଁ ମଧ୍ୟ ଦଳ ଲଢ଼େଇ କରିବ। ଏଥିସହ ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ […]
ନୂଆଦିଲ୍ଲୀ: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପଯର୍ୟାୟ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ସରକାର ଉଭୟ ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧର ସମ୍ମୁଖୀନ ହୋଇପାରନ୍ତି। ୧୨ ହଜାର ୭୦୦ କୋଟି ଟଙ୍କାର ଏହି ଠକେଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିପାରନ୍ତି ବିରୋଧୀ। ଏଥିସହ ଟ୍ରିପଲ ତଲାକ ବିଲରେ ଦଣ୍ଡର ପ୍ରାବଧାନକୁ ବି ବିରୋଧ କରିବ ବିରୋଧୀ। ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇ ସାରିଥିବା ବେଳେ […]
ଭୁବନେଶ୍ୱର: କଟକର ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁକୁ ପୋଲିସ ଗିରଫ କରିଛି। ମିକୁ ଠାରୁ ୨ଟି ବିଦେଶୀ ବନ୍ଧୁକ ଓ ୨୯ ରାଉଣ୍ଡ ଗୁଳି ଜବତ କରାଯାଇଛି। ଏହି ଗୁଳିମାଡ଼ ପଛରେ ଡି-ବ୍ରଦର୍ସଙ୍କ ହାତ ଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଝାରପଡ଼ା ଜେଲ୍ରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ ହୋଇଛି। ବଟି ନ ମିଳିବାରୁ […]
ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଜି ଏକ ଘରେ ବିସ୍ଫୋରଣ ହୋଇଛି। ବମିଖାଲରେ ପ୍ଲଟ ନମ୍ବର ୧୨୦୨ରେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଘରର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ, ଏହି ଘରେ ପୁରୀ ଅଞ୍ଚଳର ୩ ଜଣ ବ୍ୟକ୍ତି ଗତ ବର୍ଷେରୁ ଅଧିକ ସମୟ ଧରି ଭଡ଼ାରେ ରହୁଥିଲେ। ତେବେ ହଠାତ୍ ଆଜି ସକାଳେ ପୋଲିସ ଆସି […]
ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉତ୍ତର ପୂର୍ବାଞ୍ଚଳ ନିର୍ବାଚନରେ ବିଜେପିର ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ପୁରସ୍କୃତ କରିଥିଲା, ସେହି ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପୁରସ୍କୃତ କରିଛି। ମାଣିକ ସରକାରଙ୍କୁ ଯେମିତି ପରାସ୍ତ କଲୁ ନବୀନଙ୍କୁ ବି ପରାସ୍ତ କରିବୁ।” ସେହିପରି ବିଜେପି ସଭାପତି […]
ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ ଆନ୍ଦୋଳନକାରୀ ଆନ୍ନା ହଜାରେ ଆଜି ସେମାନଙ୍କୁ ଭେଟିଛନ୍ତି। ଦାବି ହାସଲ ପାଇଁ ହିଂସା ଆଚରଣ ନ କରିବା ପାଇଁ ସେ ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଫେବ୍ରୁଆରୀ ୨୭ରୁ […]
ମୁମ୍ବାଇ: INX ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଇଛି ସିବିଆଇ। ସେଠାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସହିତ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ମୁହାଁମୁହିଁ କରି ଜେରା କରିବ। ପିଟର ମୁଖାର୍ଜୀ ଆଗରୁ INX ମିଡିଆର ସହ-ମାଲିକ ଥିଲେ। ଅଭିଯୋଗ ଅନୁସାରେ, ୨୦୦୭ରେ FDI ପାଇଁ ଅନୁମତି ଦେବାକୁ ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଥିଲେ ପିଟର ମୁଖାର୍ଜୀ। FDI ପାଇଁ ଅନୁମତି ବଦଳରେ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବ୍ୟବସାୟରେ […]
ନୂଆଦିଲ୍ଲୀ : ‘ଚୌକିଦାର ଚୋର ହୈ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଭର୍ତ୍ସନା କରୁଥିବାବେଳେ, ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଧରିଛନ୍ତି ମୋଦି। ଗତକାଲି ‘ମେଁ ଭି ଚୌକିଦାର’ ନାଁରେ ଏକ ପ୍ରଚାର ଗୀତର ପ୍ରଚଳନ ପରେ ଆଜି ନିଜର ଟ୍ୱିଟର ପେଜରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ନିଜର ନାଁ ଆଗରେ ଚୌକିଦାର ଯୋଡ଼ିଦେଇଛନ୍ତି। ତାଙ୍କ ପରେ ପ୍ରାୟ ସମସ୍ତ ବିଜେପି ନେତା ନିଜ ନାଁ ଆଗରେ ଚୌକିଦାର ଯୋଡ଼ିଛନ୍ତି। ଦେଶର ପ୍ରତ୍ୟେକଟି ନାଗରିକ […]
ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି ବୈଠକରେ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଦିଲ୍ଲୀ ଗସ୍ତ କରିଥିବାରୁ ବର୍ତ୍ତମାନର ସ୍ଥିତିକୁ […]
ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ୨୧ଟି ବିରାଟକାୟ କାଠ ଆସି ପୁରୀରେ ପହଞ୍ଚିଛି। ଏଥିରେ ୮ଟି ଧଉରା କାଠ ଏବଂ ୧୩ଟି ଅସନ କାଠ ରହିଛି। ରଥ ନିର୍ମାଣ ପାଇଁ ଚଳିତବର୍ଷ ପ୍ରଥମଥର ବୌଦ୍ଧରୁ କାଠ ଆସିବ। ଏହି କାଠର ଚିହ୍ନଟ ପ୍ରକ୍ରିୟା ସରିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା […]
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀପଲଙ୍କ ଉତ୍ପାତ। ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକର ଖେଜୁରୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଜଙ୍ଗଲୀ ହାତୀ। ଗାଁରେ ବହୁ ଘର ଓ ସ୍କୁଲ କୋଠା ଭାଙ୍ଗିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ମଧ୍ୟ ଖାଇଯାଇଥିବା ଅଭିଯୋଗ ହୋଇଛି। ସେହିଭଳି କାଦୁଆଣି ଗାଁରେ ମଧ୍ୟ ବହୁ ଘର ଭାଙ୍ଗିଛନ୍ତି ହାତୀପଲ। ଏହି ହାତୀପଲ୍ଲ ଏବେ ଖେଜୁରୀ ଜଙ୍ଗଲରେ ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। […]