/odishatv-khabar/media/post_attachments/uploadimage/library/16_9/16_9_0/Weather_1742870315.jpg)
Weather
କମିଲା କାଳବୈଶାଖୀ ପ୍ରକୋପ । ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଖରାରେ କଲବଲ ହେବେ ରାଜ୍ୟବାସୀ। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
Advertisment
ଅଧିକ ପଢ଼ନ୍ତୁ: ତାତିରୁ ନାହିଁ ନିସ୍ତାର, ଆଗକୁ ଆହୁରି ବଢିବ ତାପମାତ୍ରା
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା
ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା। ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡ ରଚିଥିଲା । କୁଆପଥର ବର୍ଷାରେ ବେହାଲ ହୋଇଥିଲା ଜୀବନ । ଆଜିଠୁ ପୁଣି ତାପମାତ୍ରା ବଢିବା ସହ ଖରା ସହ ଗୁଳୁଗୁଳି ଅନୁଭୂତ ହେବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଅଧିକ ପଢ଼ନ୍ତୁ: ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)