ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି। ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil […]