ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଶୁଭ ଉଦଘାଟନ। ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦରରେ ବୃହତ ମାଲବାହୀ ଏବଂ ଫର୍ଟିଲାଇଜର ବର୍ଥର ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସାର ସଙ୍କଟ ଦୂରୀଭୂତ ହେବା ସହ କୃଷିର ବିକାଶ ହୋଇଛି ଏବଂ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ମିଳିବ। ଏହାସହ ମୁଖ୍ୟମନ୍ତ୍ରୀ ଭଦ୍ରକରେ ଅଦାନୀ ଡିଏଭି […]
ମୟୂରଭଂଜ : ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବରଭି କିରିକିଚିଆ ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ଏକ ୩ ମାସର ଶିଶୁକନ୍ୟା ଉଦ୍ଧାର। ଶିଶୁଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ ଲୋକେ। ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ସ୍ଥାନୀୟ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଶିଶୁକନ୍ୟା ମାନସିକ ସ୍ଥିତି ହରାଇଥିବା ଜଣେ ଦିବ୍ୟାଙ୍କ ମହିଳାଙ୍କର ବୋଲି ଆଶାକର୍ମୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ ମେଡିକାଲ ଯାଇ ଉଦ୍ଧାର ଶିଶୁକୁ ଘରକୁ ନେଇଥିବା […]
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]
ଯୋଧପୁର: ୨ ରାତି ଜେଲ୍ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍ ସଲମାନ୍ ଖାନ୍। କାରଣ ସଲମାନ୍ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍ଙ୍କ ଜେଲ୍ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା। ଯୋଧପୁର ସେସନ୍ସ କୋର୍ଟରେ […]
ବ୍ରହ୍ମପୁର: ୫୦ ବଖରା ପୋଡି ପାଉଁଶ। ଗଂଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସାହିର ପ୍ରାୟ ୫୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ହିଂସାକାଣ୍ଡ ଘଟିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
ବଲାଙ୍ଗିର: ବଲାଙ୍ଗିରରେ ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର। ସୂଚନା ଅନୁସାରେ ଉଡ଼ଇାପାଳ ଗାଁର ଯୁବକ ଜଣକ କଦମ୍ବପଡ଼ା ଗାଁରେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ। ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି। ଗତକାଲି ସଲମାନ୍ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। […]
ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି। ସେହିଭଳି ପଶ୍ଚିମବଙ୍ଗରେ ୮୧ ଓ ମଣିପୁରରେ ୭୮.୨ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ରେ ସାମାନ୍ୟ ହିଂସାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ […]
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ରାଜ୍ୟର ୨୫ ଟି ଲୋକସଭା ଆସନ ପାଇଁ ମୋଟ ୩୧୯ ଜଣ ପ୍ରାଥୀ ମୈଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ମୋଟ ୨ହଜାର ୧୧୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୩ ଜିଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୁଲିଂ […]
ଭୁବନେଶ୍ୱର: ତୈଳ ବଜାରରେ ନିଆଁ। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି। ଏହାର ପ୍ରତିବାଦରେ କେନ୍ଦ୍ରକୁ ଟାର୍ଗେଟ୍ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡ଼ି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି। ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା। ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି, […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅମାନବୀୟ ଘଟଣା। ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଟିକାୟତପାଲି ସାନଝରଣ ନାଳରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ୟାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ। ଆଜି ସକାଳୁ କିଛି ସ୍ଥାନୀୟ ଲୋକ, ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ଆଭ୍ୟନ୍ତରୀଣ ସହ ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ତେବେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳାରେ। ଏଠାରେ ଥିବା ଏସ୍ବିଆଇ ଶାଖାରୁ ଚୋରି ହୋଇଛି। ତେବେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି। ଷ୍ଟ୍ରଙ୍ଗରୁମ୍ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି। ଷ୍ଟ୍ରଙ୍ଗରୁମ୍ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା […]
ନୂଆଦିଲ୍ଲୀ: ଯାହା ଲାଗୁଛି ବଲିଉଡ଼୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ତାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଉନାହିଁ। କାରଣ ସଲମାନ୍ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଥିବା ଜଜ୍ଙ୍କ ବଦଳି ହୋଇଛି। ଯୋଧପୁର ସେସନ୍ସ କୋର୍ଟର ଜଜ୍ ରବୀନ୍ଦ୍ର କୁମାର ଯୋଶୀ, ଯିଏକି ବଲିଉଡ଼୍ ଅଭିନେତାଙ୍କ ଜାମିନ୍ ଉପରେ ଆଜି ଶୁଣାଣି କରିଥାନ୍ତେ, ରାଜସ୍ଥାନ ହାଇକୋର୍ଟ ତାଙ୍କୁ ବଦଳି କରିଛନ୍ତି। ଫଳରେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍ରେ ଥିବା ସଲମାନଙ୍କୁ ଆଉ କିଛି ଦିନ କାଟିବାକୁ ପଡିପାରେ […]