ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି। ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।
ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।
ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ ଲିମିଟେଡ୍ ବା WCL ବଦଳରେ ମହାନଦୀ କୋଲ କୋଲଫିଲଡକୁ ଦେବାକୁ ଚିଠିରେ ଦାବି କରିଛନ୍ତି ନବୀନ। କୋଇଲା ଖଣି କାର୍ଯ୍ୟକ୍ଷମ ଜମି ଅଧିଗ୍ରହଣ,ଥଇଥାନ ଏବଂ ପୁନନିର୍ବାସ ଆଦିର ଆବଶ୍ୟକ ହୋଇଥାଏ, ଯେଉଥି ପାଇଁ ସ୍ଥାନୀୟ ପ୍ରଶାସନ ସହ ସଂଯୋଜନା ଜରୁରୀ। WCL ମୁଖ୍ୟାଳୟ ନାଗପୁରରେ ଅବସ୍ଥାପିତ ହୋଇଥିବାରୁ ଏହା ଠିକ ଭାବେ ଏହି […]
ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ସଡ଼କ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବହୁ ଯାତ୍ରୀ। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତ ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସିରିୟା: ସିରିୟାରେ ରାସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସିରିୟାକୁ ସମର୍ଥନ କରୁଥିବା ଋଷ୍ ଓ ଇରାନ୍ ଉପରେ କ୍ଷୁବ୍ଧ ହୋଇଛି ଆମେରିକା। ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲାଟିନ୍ ଆମେରିକା ଗସ୍ତ ବାତିଲ୍ କରି ସିରିୟା ସ୍ଥିତି ଉପରେ ନଜର ରଖିବେ ବୋଲି ହ୍ୱାଇଟ ହାଉସ୍ […]
ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ପ୍ରତିବାଦ। ଆଜି ଦିନକ ପାଇଁ ଉପବାସ ରହି ପ୍ରତିବାଦ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ହୋଇପାରି ନ ଥିଲା। ତେଣୁ ବିରୋଧୀ ଦଳଙ୍କ ଏପରି କାର୍ଯ୍ୟକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ମୋଦି ଏହି ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରୁଛନ୍ତି। ସେହିଭଳି ସାରା […]
ସୋର: ସୋରରେ ସିରିଜ୍ ମନ୍ଦିର ଚୋରି। ସୋର ଥାନାର ସାବିରା ଗାଁରେ ଥିବା ୫ଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଛନ୍ତି। ପତ୍ରାଶୁଣି ମନ୍ଦିର ଓ ଜାଗୁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାଚିତା, ହାର, ରୂପା ସହ ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି। ସେହିଭଳି ରାଧାକୃଷ୍ଣ ମନ୍ଦିରର ହୁଣ୍ଡି ବାକ୍ସକୁ ନେଇ ଲୁଟେରା ମାନେ ଫେରାର ହୋଇ ଯାଇଛନ୍ତି। ଅଞ୍ଚଳରେ ଆଉ ଦୁଇଟି ମନ୍ଦିରରୁ ମଧ୍ୟ […]
ଢେଙ୍କାନାଳ: ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ଦେଲା ହାତୀ। ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଆଜି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଗଁଦିଆ ଥାନା ଦାମଦରନାଳି ଗାଁରେ ନିରଞ୍ଜନ ମହାନ୍ତି ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ତାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। […]
ଭୁବନେଶ୍ୱର: ସେବାହିଁ ପରମ ଧର୍ମ। ଏଇ କଥାକୁ ଚରିତାର୍ଥ କରିଛି କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀ। ରୋଗୀଙ୍କ ଚିକିତ୍ସା ପାଇଁ କର୍ତ୍ତବ୍ୟରତ ଅବସ୍ଥାରେ ରକ୍ତଦାନ କରି ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ଜଣ ରୋଗୀଙ୍କୁ ବିରଳ O- ରକ୍ତ ଆବଶ୍ୟକ ପଡୁଥିବାବେଳେ ଡୋନରଙ୍କୁ ଖୋଜାପଡିଥିଲା। ଲାଇଫ ଲାଇନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ଦୁଇ ରୋଗୀଙ୍କ ପାଇଁ O- ବ୍ଲଡ ଖୋଜୁଥିବାବେଳେ ଦୁଇ ପୋଲିସ […]
ଭୁବନେଶ୍ୱର: ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କର। ଯୁକ୍ତ ଦୁଇ ଖାତା ଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିବାରୁ +୨ ଖାତା ଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି […]
ଅନୁଗୁଳ: ଆଜି୧୨ ଘଣ୍ଟିଆ ଅନୁଗୁଳ ବନ୍ଦ। ଏହି ବନ୍ଦ ଡାକରା ଦେଇଛି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି। ମୁଖ୍ୟତଃ ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ସହ ବସ୍ ଓ ରେଳ ଚଳାଚଳ ବନ୍ଦ କରାଯାଇଛି। ଏଥିସହ ସମସ୍ତ ଛକରେ ପିକେଟିଂ, ରାଲି, ଧାରଣା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନେଇଛି କମିଟି। ତାଳଚେରରେ ନିର୍ମିତ ମେଡିକାଲ କଲେଜ […]
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ […]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ। ପାର୍ଟି ନେତା ଆଶୁତୋଷ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। କୁମାର ବିଶ୍ୱାସଙ୍କୁ ନେଇ ଆମ୍ ଆଦମୀ ପାର୍ଟିର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମେ ୨୦୧୭ରେ ଆପ୍ ନେତା କୁମାର ବିଶ୍ୱାସଙ୍କୁ ଆମ୍ ଆଦମୀ ପାର୍ଟିର ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ତେବେ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଥିବାରୁ ସେ ରାଜସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ସମୟ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠନ ଏବଂ ମାମଲା ବଣ୍ଟନକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହୋଇଛି। ଯେଉଁଥିରେ କଡ଼ା ଭାଷାରେ ଆବେଦନକୁ ଭର୍ତ୍ସନା କରିଛନ୍ତି କୋର୍ଟ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରାଯାଇ ନ ପାରେ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କେଉଁ ମାମଲା କେଉଁ ବେଞ୍ଚ ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି […]
ନୂଆଦିଲ୍ଲୀ: ଆଲଜେରିଆରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଅଲଜେରିସର ବୋଫରିକ୍ ମିଲିଟାରୀ ବେସରୁ ବିମାନଟି ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ବନ୍ଦରରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଚାଷ ଜମିରେ ଯାଇ ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ କରାଯାଇଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଦୁର୍ଘଟଣାରେ […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଗିଦାରୀ ପାଇଁ ସିଆଇଆଇ ପ୍ରଥମେ ସମ୍ମତି ଦେଇ ପରେ ଓହରିଯିବା ଏକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଏଥିପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଓ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ଦଳ। କିନ୍ତୁ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗି। ବିଜେଡି ତାଙ୍କୁ ଅଯଥା ପଲିଟିକ୍ସକୁ ନଟାଣୁ। ଯାହା ରାଜନୀତି କରିବାର ଅଛି ବୈଜୟନ୍ତଙ୍କୁ ନେଇ କରନ୍ତୁ ବୋଲି […]
କଟକ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ମେ ମାସ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୁନ୍ଦୁଲି ଘଟଣାର ଉପଯୁକ୍ତ ଯାଞ୍ଚ ହେଉନାହିଁ ବୋଲି ଅନୁଭବ କରି ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ସିବିଆଇ ତଦନ୍ତ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ। ଏହି […]
ବଲାଙ୍ଗିର: ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣରେ ଆହତ ହୋଇଥିବା ରିମାରାଣୀ ଆଜି ଏସ୍ସିବି ମେଡିକାଲ କଲେଜ୍ରୁ ଡିସଚାର୍ଜ ହୋଇପାରନ୍ତି। ବିସ୍ଫୋରଣରେ ଗୁରୁତର ଆହତ ହୋଇ ରୀମା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବାରୁ ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅଣାଯାଇ ଆଖି ପରୀକ୍ଷା ନିମନ୍ତେ ତାଙ୍କୁ ଚକ୍ଷୁ ବିଭାଗକୁ ନିଆଯାଇଥିଲା। ସମସ୍ତ ବିଭାଗରୁ ଅନୁମତି ମିଳିବା ପରେ ରୀମାଙ୍କୁ ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ […]
ଭୁବନେଶ୍ୱର: ପୁଣିଥରେ କାଳବୈଶାଖୀ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟର ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମିଳିଥିବା ଖବର ଅନୁସାରେ ବଜ୍ରପାତ ସହିତ ବର୍ଷା ହେବା ସାଙ୍ଗକୁ ୫୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି। ଏହି […]
ଚଣ୍ଡିଗଡ଼: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ୟୁନିଭର୍ସିଟିକୁ ୩,୫୦୦ ବହି ଦାନ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଲାଇବ୍ରେରୀରୁ ପଞ୍ଜାବ ୟୁନିଭର୍ସିଟିକୁ ଏହି ବହି ସବୁ ଦାନ କରିଛନ୍ତି। ବୁଧବାର ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନମୋହନ ସିଂହ ୧୯୫୦ ମସିହାରେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। ଏହାପରେ ସେହିଠାରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପନା କଲେ। ମାତ୍ର ୩୨ ବର୍ଷ ବୟସରେ ଫ୍ରଫେସର ପଦକୁ ଉନ୍ନୀତ ହୋଇ ସେଠାରେ ୧୯୬୦ ମସିହା […]