ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ବୟାର ସାହି ପ୍ରାଥମିକ ବିଦ୍ୟାଳୟରେ ତାଲା। ସ୍କୁଲରେ ଠିକ୍ ସମୟରେ ପାଠପଢା ନ ହେବା, ବହୁ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରି ଗାଁ ଲୋକେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ପ୍ରଧାନଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।