ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଙ୍ଗୁରିସିଂ ଗାଁର ବରଜୁ ସାହୁ(୬୦)। ଆଜି ସକାଳେ ବରଜୁ ବାଇଗଣ ତୋଳିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଅଘଟଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଙ୍ଗୁରିସିଂ ଠାରେ ଲୋକେ କଟକ-ଅନୁଗୋଳ ରାସ୍ତା ଅବରୋଧ କରିଛନ୍ତି। ଏହି ଅଞ୍ଚଳରେ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସଦର […]
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ପ୍ରଦାନ ନେଇ ପ୍ରତିବନ୍ଧକ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ ଏଷ୍ଟାବ୍ଲିସ୍ମେଣ୍ଟ ରିପୋର୍ଟ ବା AER ପ୍ରଦାନ ହୋଇନଥିବାରୁ ଦରମା ମିଳିବାରେ ବିଳମ୍ବ ହେଉଥିଲା। ହ୍ୟୁମାନ୍ ରିସୋର୍ସେସ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ ତଥା HRMSକୁ DDOମାନେ ଏହି ରିପୋର୍ଟ ପ୍ରଦାନ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି। ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]
ପୁରୀ: ଅନିଦ୍ରାରେ ମହାପ୍ରଭୁ। ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି। ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ। ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ। ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି। ବିଧି ମୁତାବକ ଏସବୁ କୋଇଲି […]
ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ ନୀତିରେ ବିଳମ୍ବ ପାଇଁ ସକାଳ ଧୂପ ସରୁ ସରୁ ୫ ଘଣ୍ଟା ବିଳମ୍ବ ହୋଇ ପ୍ରାୟ ସାଢ଼େ ୪ଟା ବାଜିଗଲା। ତା ପରେ ଆଜି ଅମାବାସ୍ୟା ଥିବାରୁ […]
ଭୁବନେଶ୍ୱର : ଆର୍ଥିକ ବର୍ଷ ଆରମ୍ଭରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଝଟ୍କା। ମାର୍ଚ୍ଚ ସରି ଏପ୍ରିଲ ହେଲାଣି, ନା ମିଳୁଛି ଦରମା ନା ମୋବାଇଲ୍କୁ ଆସୁଛି କୌଣସି ମେସେଜ୍। ସାଧାରଣତଃ ମାସର ୩୦ କିମ୍ବା ୩୧ ନଚେତ୍ ପ୍ରଥମ ସପ୍ତାହ ସୁଦ୍ଧା ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିଯାଇଥାଏ। ହେଲେ ଆଜିକୁ ୨ ସପ୍ତାହ ବିତିଗଲାଣି ସିନା ମାର୍ଚ୍ଚ ମାସର ଦରମା ଆସିବାର ନାଁ ଗନ୍ଧନାହିଁ। ଫଳରେ ୪ ଲକ୍ଷ ୫୦ହଜାର ସରକାରୀ କର୍ମଚାରୀଙ୍କ […]
ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର(IMD)। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏଥର ବର୍ଷା ପରିମାଣ ପ୍ରାୟ ୯୭ ପ୍ରତିଶତ ରହିବା ସମ୍ଭାବନା ରହିଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଏହା ସ୍ୱାଭାବିକ ରହିବ। ବର୍ଷାର ପରିମାଣ ଲଙ୍ଗ୍ ପିରିୟଡ୍ ଆଭରେଜ୍ ବା LPAର ୯୭ ପ୍ରତିଶତ ରହିବ। ତେବେ ବର୍ଷା ପରିମାଣ ଆକଳନ ଠାରୁ ୫ […]
ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ […]
ନୂଆଦିଲ୍ଲୀ: ଏପ୍ରିଲ ୨୮କୁ ଘୁଞ୍ଚିଲା କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି। ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଚାର୍ଜସିଟ୍ର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି କୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, କାଠୁଆ […]
କେନ୍ଦୁଝର: ଘରୋଇ କଳହରୁ ପୁତୁରାକୁ ଦାଦାର ତୀରମାଡ଼। ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ସକାଳେ ବିଞ୍ଜାର ମାଝୀ ଓ ତାଙ୍କ ଭାଇ ବୀର ମାଝୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବୀର ମାଝୀ ବିଞ୍ଜାରଙ୍କ ପୁଅ ଜଗାକୁ ତୀର ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଜଗାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମସ୍କୋ: ସିରିୟା ବିରୋଧରେ ଯଦି ପାଶ୍ଚାତ୍ୟଦେଶ ମାନେ ପୁଣି ଥରେ ଆକ୍ରମଣ କରନ୍ତି ତେବେ ସାରା ବିଶ୍ୱରେ ବିସ୍ଫୋରକ ପରିସ୍ଥିତି ଦେଖାଦେବ ବୋଲି ଆମେରିକାକୁ ଋଷ୍ ଖୋଲାଖୋଲି ଧମକ ଦେଇଛି । ଜାତିସଂଘର ଚାର୍ଟରର ଅବମାନନା କରି ସିରିୟା ଉପରେ ଆକ୍ରମଣ ହୋଇଥିବାରୁ ଏହାର ରାଜନୈତିକ ସମାଧାନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି। ସେପଟେ ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷିଆ ଆଣିଥିବା ନିନ୍ଦା ପ୍ରସ୍ତାବ […]
କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତ ରୋଗୀ ଭଦ୍ରକ ତିହିଡ଼ିର ରଙ୍ଗାଧର ବଇତି। ସେ ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ନିକଟରୁ ପୋଲିସ ଏକ ସୁଇସାଇଡ଼୍ ନୋଟ୍ ଜବତ କରିଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି […]
କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଝାରସୁଗୁଡ଼ା: ଟ୍ରେନରେ କଟିଗଲେ ୪ ହାତୀ। ଝାରସୁଗୁଡ଼ା ବାଗଡିହି ରେଞ୍ଜରେ ଘଟିଛି ଏହି ଦୁର୍ଘଟଣା। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ରେଳ ଲାଇନ୍ ଅତିକ୍ରମ ବେଳେ ୪ଟି ହାତୀଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ କିଛି ସମୟ ପାଇଁ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ଟ୍ରେନ୍ ଉଭୟ ଲାଇନରେ ଅଟକି […]
ଯୌନ ସମ୍ପର୍କ ନରଖି ମଧ୍ୟ ଦିଆ ଯାଇଥିବା ଯୌନ ନିର୍ଯାତନା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 376 ଅନୁଯାୟୀ ଦୁଷ୍କର୍ମ ପରିଭାଷା ଅଧୀନରେ ଆସୁଛି ।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା। ରାଜ୍ୟର ୫୬ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆଜିଠାରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟାୟ ଚାଲିବ। ଏପ୍ରିଲ ୨୮ ସୁଦ୍ଧା ସମସ୍ତ ଖାତାଦେଖା ସାରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ସମୟ ଧାର୍ଯ୍ୟ କରିଛି। ସେପଟେ ୬ଦଫା ଦାବିରେ ଏବେବି […]
ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ସଦସ୍ୟଙ୍କ ଅକାଳ ବିୟୋଗ। ଆଜି ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ନବଭାରତ ଛକରେ ଏହି ଦୁର୍ଘଟଣା ଘଟିଛି। କାର ଉପରେ ଏକ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନି ଜଣ ହେଲେ ଗୋବିନ୍ଦ ତ୍ରିପାଠୀ, ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଏବଂ ପୁଅ ସୌରଭ ତ୍ରିପାଠୀ। ତାଳଚେର ବଲଣ୍ଡା ଅଞ୍ଚଳର ଏହି […]
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀର ଆହ୍ୱାନ ଦେଇଛି ବିଜେଡି। ଏହା ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଉଷାଦେବୀ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ପ୍ରମୁଖ ନେତା ଓ ଜଳସେଚନ ବିଭାଗର ପୂର୍ବତନ ଯନ୍ତ୍ରୀ ଉପସ୍ଥିତ ଥିଲେ। ମହାସମ୍ମିଳନୀର ରୂପରେଖ […]