Advertisment

Bengal Tiger: ଆତଙ୍କ ମଚାଉଥିଲା Bengal tiger; ଛେଳି ଲୋଭରେ ଆସି ଯନ୍ତାରେ ପଡ଼ିଲା

ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା। ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବା ପାଇଁ ବନ ବିଭାଗ ଯୋଜନା କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger

Tiger

ଦୀର୍ଘ ଦିନ ଧରି ଆତଙ୍କ ମଚାଉଥିଲା। ଲୋକେ ମଧ୍ୟ ବାଘ ଭୟରେ ଘରୁ ବାହାରୁ ନଥିଲେ। ଶେଷରେ ଛେଳି ଖାଇବା ଲୋଭରେ ଆସି ଯନ୍ତାରେ ପଡ଼ିଲା ବାଘ। ପଶ୍ଚିମବଙ୍ଗର କୁଲଟାଲି ଅଞ୍ଚଳରେ ଆତଙ୍କ ଖେଳାଉଥିବା ମହାବଳକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ। ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ପକାଯାଇଥିବା ଯନ୍ତାରେ ପଡ଼ିଛି ମହାବଳ।

Advertisment

ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା। ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବା ପାଇଁ ବନ ବିଭାଗ ଯୋଜନା କରିଥିଲା। ବନ ବିଭାଗ ଟିମ୍‌ ବାଘକୁ କାବୁ କରିବାକୁ ଗାଁ ଚାରିପାଖରେ ଜଗି ରହିଥିଲା। ବନ ବିଭାଗର ଏହି ଯୋଜନା ସଫଳ ହୋଇଛି। ଛେଳି ଖାଇବା ପାଇଁ  ଆସି ଯନ୍ତାରେ ପଡ଼ିଯାଇଥିଲା ବାଘ।

ଗତ ରବିବାର ବାଘଟି କୁଲଟାଲି ଗାଁ ପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଅଞ୍ଚଳରେ ବାଘ ବୁଲୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବନ ବିଭାଗ ଟିମ୍‌ ଗାଁରେ ପହଞ୍ଚି ବାଘକୁ ଧରିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ବାଘ ଆକ୍ରମଣରେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ଏହା ପରେ ବାଘକୁ ଧରିବାକୁ ଯୋଜନା କରିଥିଲା ବନ ବିଭାଗ ଏବଂ  ଏଥିରେ ସଫଳ ହୋଇଥିଲା।

Advertisment

ଅଞ୍ଚଳରେ ବାଘ ବୁଲୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ବନ ବିଭାଗ ଟିମ ବାଘକୁ କାବୁ କରିବାକୁ ଗାଁ ଚାରିପାଖରେ ଜଗି ରହିଥିଲା ।

ଅଧିକ ପଢ଼ନ୍ତୁ:ରାସ୍ତାରେ ବୁଲୁଛି ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

Tiger 3 Kolkata
Advertisment
Advertisment