ଝାରସୁଗୁଡ଼ା: ଟ୍ରେନରେ କଟିଗଲେ ୪ ହାତୀ। ଝାରସୁଗୁଡ଼ା ବାଗଡିହି ରେଞ୍ଜରେ ଘଟିଛି ଏହି ଦୁର୍ଘଟଣା। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ରେଳ ଲାଇନ୍ ଅତିକ୍ରମ ବେଳେ ୪ଟି ହାତୀଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ କିଛି ସମୟ ପାଇଁ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ଟ୍ରେନ୍ ଉଭୟ ଲାଇନରେ ଅଟକି […]
ଯୌନ ସମ୍ପର୍କ ନରଖି ମଧ୍ୟ ଦିଆ ଯାଇଥିବା ଯୌନ ନିର୍ଯାତନା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 376 ଅନୁଯାୟୀ ଦୁଷ୍କର୍ମ ପରିଭାଷା ଅଧୀନରେ ଆସୁଛି ।
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା। ରାଜ୍ୟର ୫୬ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆଜିଠାରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟାୟ ଚାଲିବ। ଏପ୍ରିଲ ୨୮ ସୁଦ୍ଧା ସମସ୍ତ ଖାତାଦେଖା ସାରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ସମୟ ଧାର୍ଯ୍ୟ କରିଛି। ସେପଟେ ୬ଦଫା ଦାବିରେ ଏବେବି […]
ଢେଙ୍କାନାଳ: ଢେଙ୍କାନାଳ ମୋଟଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୩ ସଦସ୍ୟଙ୍କ ଅକାଳ ବିୟୋଗ। ଆଜି ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ମୋଟଙ୍ଗା ନବଭାରତ ଛକରେ ଏହି ଦୁର୍ଘଟଣା ଘଟିଛି। କାର ଉପରେ ଏକ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ତିନି ଜଣ ହେଲେ ଗୋବିନ୍ଦ ତ୍ରିପାଠୀ, ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଏବଂ ପୁଅ ସୌରଭ ତ୍ରିପାଠୀ। ତାଳଚେର ବଲଣ୍ଡା ଅଞ୍ଚଳର ଏହି […]
ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀର ଆହ୍ୱାନ ଦେଇଛି ବିଜେଡି। ଏହା ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଉଷାଦେବୀ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ପ୍ରମୁଖ ନେତା ଓ ଜଳସେଚନ ବିଭାଗର ପୂର୍ବତନ ଯନ୍ତ୍ରୀ ଉପସ୍ଥିତ ଥିଲେ। ମହାସମ୍ମିଳନୀର ରୂପରେଖ […]
ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଓଡ଼ିଶା ଦୁଇଟ ନୂଆ ସ୍ଥାନକୁ ବିମାନ ସେବା ଯୋଗାଇ ଦେବାକୁ ଘୋଷଣା କରିଛି। ଏପ୍ରିଲ ୧୬ ତାରିଖଠାରୁ ଏହି ଦୁଇ ନୂଆ ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ କରିବ। ଅହମ୍ମଦାବାଦଠାରୁ ଭବନଗର ଏବଂ ସେଠାରୁ ସୁରତ ପର୍ଯ୍ୟନ୍ତ ବିମାନ ଯାତ୍ରା କରିବ ବୋଲି ଶନିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ସ୍ୱଳ୍ପ ଭଡ଼ାରେ ଯାତ୍ରୀମାନେ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିପାରିବେ। ଭଡ଼ା ଯଥାକ୍ରମେ୧,୪୨୦ ଓ ୧,୬୯୯ ଟଙ୍କା ରଖାଯାଇଛି। […]
ସୁରଟ: କାଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଥିବା ବେଳେ ଗୁଜରାଟର ସୁରଟ ସହରରେ ମଧ୍ୟ ଅନୁରୁପ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁରଟର ପାଣ୍ଡେସରାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ନାବାଳିକାକୁ କେବଳ ଦୁଷ୍କର୍ମ କରାଯାଇନି, ପ୍ରାୟ ୮ ଦିନ ଧରି ଏଭଳି ନିର୍ଯାତନା ଦିଆଯାଇଛି ଯେ, ତା ଶରୀରରେ ୮୬ଟି କ୍ଷତଚିହ୍ନ ଥିବା ପୋଷ୍ଟ ମର୍ଟମ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଗାଁରେ ଅମାନବୀୟ ଘଟଣା। ଲୁଟ୍ ବେଳେ ଜଣେ ୭ମାସର ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭବତୀ ଜଣକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି। ଗତ ୧୧ତାରିଖରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍, ଯିଏକି ୨୦୧୫ର ଦ୍ୱିତୀୟ ଆଇଏଏସ୍ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟି ରଖିଥିଲେ। ଏହି ପାର୍ଟିରେ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ […]
ବାଲେଶ୍ୱର: ବାଲେଶ୍ୱର ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଜଣକ ପୀଡିତାଙ୍କ ପଡୋଶୀ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସୋର: ପୁଣି ବିନା ଇଞ୍ଜିନ୍ରେ ୨ କି.ମି ଗଡ଼ିଲା ଟ୍ରେନ୍। ଇଞ୍ଜିନ୍ରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ୍। ୬୦ ୱାଗନ୍ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା। ବାଲେଶ୍ୱର ପଣପଣା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ ୫ଟି ୱାଗନ୍ ଅଚାନକ ଇଞ୍ଜିନରୁ ଖସି ଯାଇଥିଲା। ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ […]
ଭୁବନେଶ୍ୱର: ସରିଲା ଦୁଇମାସର ଡେଡ଼୍ ଲାଇନ। ତଥାପି ରାଜଧାନୀର ବିଭିନ୍ନ ମଲ୍ ଓ ହୋଟେଲ ମାଲିକ ଗାଇଡ ଲାଇନ ଅନୁଯାୟୀ ଅଗ୍ନି ନର୍ବାପକ ବ୍ୟବସ୍ଥା ପୁରଣ କରିବାରେ ବିଫଳ ହୋଇଛନ୍ତି। କିଛି ମଲ୍ ଓ ହୋଟେଲ ମାଲିକ କେତେଗୁଡିଏ ସର୍ତ୍ତ ପୁରଣ କରିଥିବାବେଳେ ଆଉ କିଛି ଟେକ୍ନିକାଲ ବିଫଳତା ଦର୍ଶାଇ ଅଧିକ ସମୟ ଦେବାକୁ ଅଗ୍ନିଶମ ବିଭାଗକୁ ଜଣାଇଛନ୍ତି। ସେପଟେ ବର୍ଦ୍ଧିତ ସମୟ ସୀମା ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ […]
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଅବସରରେ ପ୍ରଚଳନ ହୋଇଛି ନୂତନ ଓଡ଼ିଆ ପଞ୍ଜିକା। ଚଳିତ ବର୍ଷ ଓଡ଼ିଶାରେ ଶାସନତନ୍ତ୍ର ସ୍ଥିର ରହିବା ସତ୍ୱେ ପରସ୍ପର ଦ୍ୱନ୍ଦ୍ୱ ଉପୁଜିବ ବୋଲି ଜ୍ୟୋତିର୍ବିଦମାନେ ଭବିଷ୍ୟବାଣୀ କରିଛନ୍ତି। ଫସଲ ଉତ୍ପାଦନ ଭଲ ହେବ, ହେଲେ ବନ୍ୟା ବାତ୍ୟା ଭଳି ସଂଙ୍କଟ ଦେଖାଦେବ ବୋଲି କୁହାଯାଇଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ନୂଆବର୍ଷରେ ଗ୍ରହମାନଙ୍କର ଶୁଭଦୃଷ୍ଟି ରହିବ। ବର୍ଷ ସାରା କିଛି ପରିମାଣରେ ଦ୍ୱନ୍ଦ୍ୱ ରହିବ, ତଥାପି ଶାସନ ସ୍ଥିର ରହିବ। ଚଳିତ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଗତ ଶନିବାର ସଂଧ୍ୟାରେ ପ୍ରବଳ ପବନ ସହ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। କିଛି ସ୍ଥାନରେ ପଲିଥିନ୍ ଛପର ଉଡ଼ିଯିବା ସହ ଗଛଲତା ଭାଙ୍ଗିଯାଇଛି।ସେହିପରି ଚାନ୍ଦିପୁର ଥାନା ପଦ୍ମପୁର ପଞ୍ଚାୟତର ମଝିକିଆ ଗାଁରେ ଗଛପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶତ୍ରୁଘ୍ନ ଦାସ। କାଳବୈଶାଖୀ ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।
ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ ଆମେରିକା ଏବଂ ମିତ୍ର ରାଷ୍ଟ୍ର ମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ କରିଛି ଋ଼ଷ ଏବଂ ଚୀନ। ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ […]
ଭୁବନେଶ୍ୱର : ବେଶ୍ କିଛି ଦିନର ନିରବତା ପରେ ପ୍ରସାଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। କଂଗ୍ରେସର ନବକଳେବରର ବିନ୍ଧାଣୀ ନିଜେ ସାଜିବେ କି ପ୍ରସାଦ। ବୁଥ୍ ସ୍ତରରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ, ଜିଲାସ୍ତରରୁ ଆରମ୍ଭ କରି ପ୍ରଦେଶ କମିଟି ପର୍ଯ୍ୟନ୍ତ ସବୁଥିରେ ହେବ ନବକଳେବର। ପ୍ରଦେଶ କଂଗ୍ରେସ କମିଟିର ଜୁମ୍ବୋ ଟିମ୍ ବଦଳରେ ଛୋଟ୍ ଟିମ୍ ହିଁ ପ୍ରଦେଶ କଂଗ୍ରେସ କମିଟିର ମଙ୍ଗ ଧରିବ। ଆଉ ଖୁବ୍ଶୀଘ୍ର ପଦାକୁ ଆସିବ କଂଗ୍ରେସ ନବକଳେବରର ରୂପ। ଜିତେନ୍ଦ୍ର […]
ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨ […]
ୱାଶିଂଟନ୍: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା। ସିରିୟା ରାଜଧାନୀ ଡାମାସ୍କସ୍ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍କସ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା। ସିରିୟା ଉପରେ ଆମେରିକାର ଏହି ଆକ୍ରମଣରେ ବ୍ରିଟେନ […]