ନୂଆଦିଲ୍ଲୀ: ଏପ୍ରିଲ ୨୮କୁ ଘୁଞ୍ଚିଲା କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି। ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଚାର୍ଜସିଟ୍ର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି କୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ, କାଠୁଆ […]