କେନ୍ଦୁଝର: ଘରୋଇ କଳହରୁ ପୁତୁରାକୁ ଦାଦାର ତୀରମାଡ଼। ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ସକାଳେ ବିଞ୍ଜାର ମାଝୀ ଓ ତାଙ୍କ ଭାଇ ବୀର ମାଝୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବୀର ମାଝୀ ବିଞ୍ଜାରଙ୍କ ପୁଅ ଜଗାକୁ ତୀର ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଜଗାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।