• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gift blast
ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଲେ ରୀମା

ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର କରିଛନ୍ତି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ୨୫ ଦିନ ହେଲା ଯେଉଁ ଦୁଃଖଦ ଖବର ପରିବାର ଲୋକେ ଲୁଚାଇ ରଖିଥିଲେ, ଏକ ପୁରୁଣା ଖବର କାଗଜ […]

  • Friday, 16 July 2021
naba dihganta
ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲା : ଜେଲ୍‌ରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା

ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।

raPE-1
ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କଲେ ଅଭିଯୁକ୍ତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]

plane crash
ଖସି ପଡ଼ିଲା ବାୟୁସେନା ବିମାନ

ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ।  ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଝାଡ଼ଖଣ୍ଡ ସୀମା ଆକାଶରେ ଉଡ଼ାଣ ଭରୁଥିଲା। ଆଜି ସକାଳେ ବିମାନଟି ରାଇରଙ୍ଗପୁର ଆକାଶରେ ଉଡୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ କିଛି ସମୟ ପରେ […]

sushma swaraj
ଇରାକରେ ୩୯ ଜଣ ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]

satya pal malik
ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିହାର ରାଜ୍ୟପାଳ

ଭୁବନେଶ୍ୱର: ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। #PresidentKovind directs Shri Satya Pal Malik, Governor of Bihar, to discharge functions of Governor of Odisha, in addition to his own duties, following the completion of the tenure of Shri S.C. Jamir — President […]

govt official
ଜଙ୍ଗଲରୁ ସରକାରୀ ଅଧିକାରୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ। ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସନ୍ଦୀପ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡିଛି। ତେଣୁ କେହି ଡକାଇ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି। […]

bombing
ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]

farmers
ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ

ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ‌ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏ ନେଇ […]

amit shah
ଶାହାଙ୍କ ମିଶନ୍ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ ପାଟଣାରେ ମଧ୍ୟ  କାର୍ଯ୍ୟକର୍ତ୍ତା ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପୁର ପରାଜୟ ପରେ ଶାହାଙ୍କ ଗସ୍ତ ଦୋହଲିଯାଇଥିବା ନେତା ଓ କର୍ମୀଙ୍କ ମନୋବଳକୁ ଦମ୍ଭ ଦେବ ବୋଲି […]

tiger
କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ସାତକକୋଶିଆକୁ ଆସିବେ ଦୁଇଟି ବାଘ

ଭୁବନେଶ୍ୱର: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସିବେ ଦୁଇଟି ବାଘ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବନ ବିଭାଗ, ନ୍ୟାସନାଲ୍ ଟାଇଗର କନଜର୍ଭେସନ୍ ଅଥରିଟି ଓ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କ ସହ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା। ବାଘଙ୍କୁ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ସବୁ ପ୍ରକାର ସହାୟତା ଯୋଗାଇବାକୁ ରାଜି ହୋଇଛନ୍ତି। ଏପଟେ ସାତକୋଶିଆରେ ବି ନୂଆ ଅତିଥିଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମଧ୍ୟପ୍ରଦେଶର କାହ୍ନା ଓ […]

ghanta patua
ଆଜି ଚୈତ୍ର ମଙ୍ଗଳବାର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ। ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଉଦୁ ଉଦିଆ ଦ୍ୱିପ୍ରହରରେ କାଳସୀ ବେଶରେ ସଜେଇ ହୋଇ ବେଶ୍ ନିଷ୍ଠାପର ଭାବେ ନୃତ୍ୟ ପରିବେଷଣ କରୁଥାନ୍ତି ଘଣ୍ଟ ପାଟୁଅ। ମାଆଙ୍କର ଚଳନ୍ତି ପ୍ରତିମା ଭାବେ […]

matric exam
ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ

‍‍ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ତେବେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି। ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବି ପୂରଣ ନହେଲେ କୌଣସି ଶିକ୍ଷକଙ୍କୁ ଖାତା ଦେଖା ପାଇଁ ମୂଲ୍ୟାୟନ କେନ୍ଦ୍ର ଭିତରକୁ […]

pakhala
ଆଜି ବିଶ୍ୱ ପଖାଳ ଦିବସ: ଆମ ପଖାଳ, ଆମର ଗର୍ବ, ଐତିହ୍ୟ, ଆମ ପାଇଁ ଅମୃତ

ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ।

naveen
ହଟ୍ଟଗୋଳ ଯୋଗୁଁ ସଂସଦରେ ଆସି ପାରିଲାନି ଅନାସ୍ଥା ନୋଟିସ୍ : ବିଜେଡି ସମର୍ଥନ କରିବ ନା ବିରୋଧ, ଆଭିମୁଖ୍ୟ ସ୍ପଷ୍ଟ କଲେନି ନବୀନ

ଭୁବନେଶ୍ୱର : ହଟ୍ଟଗୋଳ ଛାଡି ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରୁଥିଲେ ବାଚସ୍ପତି ସୁମିତ୍ରା ମହାଜନ, ହେଲେ ତାଙ୍କ କଥା ଆଦୌ ଶୁଣୁନଥିଲେ ବିରୋଧୀ ସାଂସଦ। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏମିତି ଅବସ୍ଥା ଲାଗି ରହିଥିଲା ଲୋକସଭାରେ। ଫଳରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଆଲୋଚନା ହେବା ପୂର୍ବରୁ ମୁଲତବୀ ହୋଇଗଲା ଗୃହ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ସଦସ୍ୟଙ୍କ ହଟ୍ଟଗୋଳ […]

  • Friday, 16 July 2021
Capture
କଟକରୁ ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ : ଦୁଇ ଯୁବକ ଗିରଫ

କଟକ : କଟକରୁ ବ୍ରାଉନସୁଗାର ଜବତ। ମାଛୁଆ ବଜାରରେ ଚଢାଉ କରି ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍।  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।

no-confidence motion
ହଟ୍ଟଗୋଳ ଯୋଗୁଁ ମୋଦି ସରକାର ବିରୋଧରେ ଆଜି ଆସି ପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା।  ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ  AIADMK  ସଦସ୍ୟମାନେ ମଧ୍ୟ  ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ।  ଏହାକୁ ନେଇ ଗୃହକୁ  ଦିନ ୧୨ଟା ପଯର୍ୟନ୍ତ ମୁଲତବୀ ରଖିଥିଲେ […]

one side love affair
ଏକ ତରଫା ପ୍ରେମ ନେଲା ପ୍ରାଣ

ରାଉରକେଲା: ଏକ ତରଫା ପ୍ରେମ ଯୋଗୁଁ ଯୁବକଙ୍କୁ ବୀଭତ୍ସ ହତ୍ୟା। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦୀଶପୁର ଗାଁରେ ଅର୍ବିସ ଏକ୍କା ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ଧରି ଅର୍ବିସ୍  ଜଗଦୀଶପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ପୂର୍ବରୁ ଅର୍ବିସଙ୍କୁ ମାଡ଼ ମଧ୍ୟ ମାରିଥିଲୋ ତେବେ ଗତକାଲି […]

Pakhala dibas
ମାର୍ଚ୍ଚ ୨୦- ପଖାଳ ଦିବସ: ଓଡ଼ିଆଙ୍କ ମନ, ଓଡ଼ିଆଙ୍କ ପ୍ରାଣ

ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ, ପଖାଳକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ।

mao poster
ପୁଣି ମାଓ ପୋଷ୍ଟର

ନୂଆପଡ଼ା: ପୁଣି ମାଓ ପୋଷ୍ଟର।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନିଲାଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ କରିବାକୁ ଦାବି ହୋଇଛି। ମାଓବାଦୀ ନାଁରେ ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।  ସସପ୍ତାହକ ତଳେ ଆତ୍ମସମର୍ପଣ କରିଥିବା ସୁମିତ୍ରା […]

fire in forest
ଜଙ୍ଗଲ ନିଆଁ ରୋକିବାକୁ ସ୍ୱତନ୍ତ୍ର ଆପ୍

ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ  ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ ଯୋଗୁଁ  ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଛି।  ନିଆଁକୁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ବିଭିନ୍ନ ପଦକ୍ଷେପ  ନେଇଥିବା କହୁଥିଲେ ବି ଏଥିରେ ଖୁସି ନାହାନ୍ତି […]

police station
ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ

ବ୍ରହ୍ମପୁର: ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ। ବକେୟା ଟଙ୍କାକୁ ନେଇ ଛାତ୍ରଙ୍କୁ ଅପହରଣ  ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସିଆସିଲେ ଛାତ୍ର। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ସାହୁ ଗତ ୧୪ ତାରିଖରୁ ନିଖୋଜ ଥିଲେ।  ଏନେଇ ଖୋଜାଖୋଜି କରି ନପାଇବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। ତେବେ ଗତକାଲି […]

odisha
କାଲିଠୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ।  ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି। ସେପଟେ ବିଜେପି, […]

pm modi
ମୋଦି ସରକାର ପାଇଁ ଆଜି ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି। ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। […]