ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]