ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ଦିଲ୍ଲୀରେ ବିଜେପି ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ କିଛିଟା ଆସନରେ କମ୍ ବ୍ୟାକ୍ କରିବ ବୋଲି ଆକଳନ ହେଉଥିବା ବେଳେ ସମସ୍ତ ଆକଳନରେ ମୋଦି ହାୱା ପୂର୍ଣ୍ଣଛେଦ ଟାଣିଛି। ଚାନ୍ଦିନୀ ଚୌକ ଆସନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ହର୍ଷବର୍ଦ୍ଧନ ୫ ଲକ୍ଷ ୧୫୮୪୩ ଭୋଟ ପାଇ ବିଜୟ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟ ପ୍ରକାଶ ଅଗ୍ରୱାଲ […]
ନୂଆପଡ଼ା: କୋମନା ଥାନା କାଲିମାଟି ଗାଁରେ ଅଭାବନୀୟ ଘଟଣା। ମୋବାଇଲ ଚାର୍ଜ ବସାଇବା ବେଳେ ବିସ୍ଫୋରଣ ଘଟିଛି। ମୋବାଇଲ ଫୋନ୍ ଫାଟି ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମୋବାଇଲ ଫୋନ୍ ଫାଟିବା ଦ୍ୱାରା ସଂପୃକ୍ତ ଛାତ୍ରଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଏହା ସହ ହାତରେ ମଧ୍ୟ ଆଘାତ ଲାଗିଛି। ସେହିପରି ଗଞ୍ଜାମ ଜିଲ୍ଲାର ଲୁଙ୍ଗୁରି ଗାଁରେ ମୋବାଇଲ ଧରି ଖେଳୁଥିବା […]
କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ନାବାଳିକାର ସମ୍ପର୍କୀୟ ବଡ ବାପା। ରାଜକନିକା ପୋଲିସ ଅଭିଯୁକ୍ତ ୪୫ ବର୍ଷୀୟ ରଞ୍ଜନ ନାୟକକୁ ଗିରଫ କରିଛି। ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ରଞ୍ଜନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ […]
ଉତ୍ତରାଖଣ୍ଡ: ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ। ହିମାଳୟରେ ଥିବା ଚାରିଟି ପ୍ରମୁଖ ଧାମ ମଧ୍ୟରୁ ବଦ୍ରିନାଥ ଅନ୍ୟତମ। ଆଜି ଭୋର୍ ସାଢ଼େ ୪ଟାରେ କବାଟ ଖୋଲାଯାଇଥିଲା। ଗତ ଶନିବାର ଠାରୁ ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁ କବାଟ ଖୋଲିବା ମାତ୍ରେ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଆଜି ବାବା ବଦ୍ରିନାଥଙ୍କ ନିର୍ବାଣ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କାଲି ଠାରୁ ପ୍ରଭୁଙ୍କର ଶୃଙ୍ଗାର ବେଶ କରାଯାଇ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଏକ ମନ୍ଦିର କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଛେଣ୍ଡିପଦା ସନ୍ତରାବନ୍ଧ ବନଦୁର୍ଗା ମନ୍ଦିର କୂଅ ଭିତରୁ ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ କେନ୍ଦୁପଶି ଗାଁର ଏବଂ ସେ ୨ ଦିନ ହେବ ମନ୍ଦିରରେ ଅଧିଆ ପଡ଼ିଥିଲେ ବୋଲି ସୂଚନା ମିଳିଛି। କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଛି।
ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ଅଫ୍ ଲିଗାଲ୍ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ। ରାଉରକେଲା ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା […]
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲା- ଗଞ୍ଜାମ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ଅପରାହ୍ନ ୨ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି […]
ଭୁବନେଶ୍ୱର: ଅନୁଗୁଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାକୁ ପୋଲିସ ଗିରଫ କରିଥିଲା। ଗତ ୨୨ ତାରିଖ ରାତିରେ ଏକ ଯାତ୍ରା ପରିବେଷଣ ପାଇଁ ଉଷସୀ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିଲା। ତା’ ପରଦିନ ସକାଳେ ଉଷସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୩ ତାରିଖ ରାତିରେ […]
ଭୁବନେଶ୍ୱର: ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଖବରରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖିବୁଜିଥିଲେ ସାଲେପୁରର ପୀଡ଼ିତା। କଟକ ଏସ୍ସିବିର ଶିଶୁ ବିଭାଗ ଟ୍ରମା ICUରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏସ୍ସିବିର ୧୩ ଜଣିଆ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ତଥାପି ଗତକାଲି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଟିଟିଲାଗଡ, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ। ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ। ସେପଟେ କାଳବୈଶାଖୀ ବର୍ଷା ଯୋଗୁଁ ଗତକାଲି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ୪ ବର୍ଷର ନାବାଳିକାକୁ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପର୍କୀୟ ବଡ଼ବାପା ଗାଁକୁ ବୁଲାଇ ନେବାକୁ କହି ବାଉଁଶ ବଣରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାଟି ଗତ ୨୪ ତାରିଖ ଦିନ ଘଟିଥିଲେ ମଧ୍ୟ ଆପୋଷ ବୁଝାମଣା […]
ପୁରୀ: ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ପ୍ରାୟ ୫ଟା ୫୫ମିନିଟରେ ରାଜ୍ୟପାଳ ରାଜଭବନରୁ ବାହାରି ସିଂହଦ୍ୱାର ଚକଡାରେ ପହଞ୍ଚିଥିଲେ। ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରିଆସିଥିଲେ।