ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବା ପରେ ଲାଲୁଙ୍କୁ ପୁଣି ରାଞ୍ଚି ସ୍ଥିତ ଆର୍ଆଇଏମ୍ଏସ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଲୁଙ୍କ ପାଇଁ ମେଡିକାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ରହିବେ। ହସ୍ପିଟାଲ୍ରେ ପହଞ୍ଚିବା ପରେ ଲାଲୁଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର। ସେପଟେ ଲାଲୁ ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମେଡିକାଲରୁ ମେଡିକାଲ ସ୍ଥାନାନ୍ତର […]
କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ମୁହଁରେ ଓଢ଼ଣୀ ବାନ୍ଧି ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ସୂଚନା ମିଳିଛି। ତାଙ୍କୁ ତାଳଚୁଆ ମେରାଇନ୍ ଥାନା ପୋଲିସ ଅଟକ ରଖିଛି।
ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍ କରିଛନ୍ତି ବଲିଉଡ଼୍ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା। ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ସୋନା। ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି। Dear @MumbaiPolice I have received a […]
ରାଉରକେଲା: ରାଉରକେଲା ଲିଗାଲ୍ ମେଟ୍ରୋଲୋଜି ବିଭାଗର ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ଼୍ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ । ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ କପା ମିଲ୍ରେ ନିଆଁ। କପାଣି ଗାଁରେ ଥିବା ରାଧାରମଣ କପା ମିଲ୍ରେ ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର କପା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କପା ମିଲ୍ର ମାଲିକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ କପା ମିଲ୍ରେ […]
ଭୁବନେଶ୍ୱର: ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି ବା ମେଡିକାଲ୍ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍ସିଆଇର ତିନି ଜଣିଆ ଟିମ୍ […]
ନୂଆଦିଲ୍ଲୀ : ୧୯ ଜନାଦେଶ ପରେ ଏବେ ଫଳାଫଳକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଏଥର ଏକାକୀ ଆବଶ୍ୟକୀୟ ସଂଖ୍ୟା୨୭୨କୁ ଅତିକ୍ରମ ଆସନ ଦଖଲ କରିଛି। ଏକଜିଟ୍ ପୋଲ୍ ଆକଳନକୁ ସତ ପ୍ରମାଣିତ କରି ୧୪ ଠାରୁ ବଡ଼ ମୋଦି ସୁନାମିରେ ଡୁବି ଯାଇଛନ୍ତି ପ୍ରାୟ ସବୁ ବିରୋଧୀ ଦଳ। ବିପୁଳ ବିଜୟ ସହ ଦ୍ୱିତୀୟ ଥର ପାଇଁ ଦେଶର […]
ନୟାଗଡ଼: ଶେଷରେ ଜୀବନ ହାରିଲେ ନୟାଗଡ ନୂଆଗାଁ ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା। ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ। ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ଅଭିଯୁକ୍ତ ଦେବରାଜ ବାରିକ ଏବେ ଜେଲ୍ରେ ଅଛି। ଯୁବତୀ ଜଣକ ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ […]
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୧୧ ଜିଲ୍ଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କଟକ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧାରେ ସକାଳ ୮ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ […]
ପାରାଦୀପ : ସଂସ୍କାର ଓ ମୂଲ୍ୟବୋଧ ଠାରୁ ଦୂରେଇ ଯାଉଛି ଶିକ୍ଷା। ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ। ଶିକ୍ଷାନୁଷ୍ଠାନମାନେ ଶିକ୍ଷାଦାନ ସହ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ିବା ଉପରେ ଧ୍ୟାନ ଦେବା ଦରକାର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଜନତା ବିଦ୍ୟାପୀଠ, ଝିମାଣୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ସମାଜସେବୀ […]
ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ୍ କରି ଫଳାଫଳ ଜାଣିପାରିବେ। ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ […]
କୋଲକାତା : ତୃଣମୂଳ କଂଗ୍ରେସ ଗଡ଼ରେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନରୁ ମମତାଙ୍କ ଗଡ଼ ଉପରେ ନଜର ପକାଇଥିବା ବିଜେପି ଶେଷରେ ୨୦୧୪ ତୁଳନାରେ ଅଧିକ ଆସନ ଜିତି ନିଜର ଦମ୍ ଦେଖାଇଛି। ମୋଟ ୪୨ ଲୋକସଭା ଆସନରୁ ବିଜେପି ୨୩ଟି ଆସନ ଜିତିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନୀ ରାଲିରେ ହୁଙ୍କାର ଦେଉଥିବାବେଳେ ୧୮ଟି ଆସନ ଜିତିବାରେ ସକ୍ଷମ ହୋଇଛି। ସେହିପରି ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ […]
ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ […]
ମୟୁରଭଞ୍ଜ : ଗ୍ୟାରେଜ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ଏହି ଭଳି ଭାବେ ପଢୁଛନ୍ତି କୁନି କୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଠାକୁରବାଡି ଗାଁରେ। ଏଠାରେ ଖୋଲା ଘରେ ପାଠ ପଢା ହେଉଛି। ଆଉ ସେଇଠି ହିଁ ହେଉଛି ଖାଇବା। ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଗୃହ ଯୋଗାଇ ଦେଇପାରୁନାହିଁ ପ୍ରଶାସନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏନେଇ ସିଡିପିଓ, ବିଡିଓଙ୍କଠାରୁ […]
ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ହରାଇଛନ୍ତି। ଚଳିତଥର ତେଜସ୍ୱୀ ବିଜେପିରେ ଯୋଗ ଦେଇଥିଲେ। ଏବଂ ସେ ଟିକେଟ ପାଇବେ ବୋଲି କେବେ ଆଶା […]
ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତଥର ଟିକେଟ ଦେଇନଥିଲା। ଏହାପରେ କଂଗ୍ରେସରେ ମିଶି ବିଜେପିକୁ ପାଟନା […]