Advertisment

ଘରେ ପଶି ଚୋରି କଲେ, ତାପରେ ଛୁରୀ ଦେଖାଇ ଦୁଷ୍କର୍ମ କଲେ...!

ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।

author-image
Satyendu Shekher Mishra
Odisha Crime

Odisha Crime

ରାଜଧାନୀରେ ଚାଞ୍ଚଲ୍ୟ। ଆପାର୍ଟମେଣ୍ଟରେ ପଶିଲେ, ଚୋରି କଲେ। ଆଉ ଶେଷରେ ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କଲେ। ଅଭିଯୋଗ ଆସିଛି ମୈତ୍ରୀବିହାର ଥାନା ଅଞ୍ଚଳରୁ। ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରଥମେ ଚୋରି କରିବା ପାଇଁ ଆପାର୍ଟମେଣ୍ଟକୁ ଦୁର୍ବୃତ୍ତ ମାନେ ପଶିଥିଲେ। ତା’ସହ ଆପାର୍ଟମେଣ୍ଟରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

Loot Crime Against Women
Advertisment
Advertisment