ଭୁବନେଶ୍ୱର: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରବଳ ହୋ ହାଲ୍ଲା ହୋଇଛି। ବିରୋଧୀଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଛି। ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସରକାରଙ୍କୁ ଚାଲେଞ୍ଜ କରି ନରସିଂହ କହିଛନ୍ତି ‘ମୁଁ ଯଦି ଭୁଲ୍ କହୁଥିବି, ତେବେ ଗୃହରେ କ୍ଷମା ମାଗିବି ହେଲେ ଯଦି ସରକାର ମିଛ କହୁଥିବେ, ମୁଖ୍ୟମନ୍ତ୍ରୀ ଇସ୍ତଫା […]
ବିଜାପୁର: ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ନକ୍ସଲ ସଙ୍ଗଠନ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରଥମେ ମହାରାଷ୍ଟ୍ର ଆଉ ଏବେ ଛତିଶଗଡ଼ରେ ହୋଇଛି ପୋଲିସ ଏନ୍କାଉଣ୍ଟର। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟ ହୋଇଛି। ଶୁକ୍ରବାର ବିଜାପୁର ଜିଲ୍ଲାରେ ପୋଲିସ୍ ଓ ନକ୍ସଲଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଏନ୍କାଉଣ୍ଟର କରିଥିଲେ। ଏଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ […]
ରାୟଗଡ଼ା: ଇମ୍ଫା ଥେରୁବାଲି ଆଗରେ ଆନ୍ଦୋଳନକୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ସଙ୍ଘ। ରାୟଗଡ଼ା ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା ମଧ୍ୟ କରିଛନ୍ତି। କାଡ଼୍ରାକା କହିଛନ୍ତି ଯେ, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଶାସକ ଦଳର ଚାପରେ ଏଭଳି କାଣ୍ଡ ଚାଲିଛି ବୋଲି ସେ କହିଛନ୍ତି। ଏଥିସହିତ କାହାରି ଚାପରେ ବଶବର୍ତ୍ତୀ ହୋଇ ଆନ୍ଦୋଳନ ନ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରନ୍ତୁ ବୋଲି ସେ ଆଦିବାସୀ ଭାଇଭଉଣୀମାନଙ୍କୁ […]
ନୂଆଦିଲ୍ଲୀ: ଆଜି ଦେଶର ଏକାଧିକ ସଂସ୍ଥା ଓ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ସବୁ ସର୍ଭେ ରିପୋର୍ଟରେ ଏନ୍ଡିଏ ୩୦୦ରୁ ଅଧିକ ଆସନ ସହ ବାଜିମାତ କରିବ, ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଟପ୍ ସର୍ଭେ ସଂସ୍ଥାଙ୍କ ଏକଜିଟ୍ ପୋଲ୍ ରିପୋର୍ଟ- ଲୋକସଭା ନିର୍ବାଚନ(ଏକଜିଟ୍ ପୋଲ୍) ନ୍ୟୁଜ-୧୮: ଏନ୍ଡିଏ-୩୩୬, ୟୁପିଏ-୮୨, ଅନ୍ୟାନ୍ୟ-୧୨୪ ଇଣ୍ଡିଆ ଟୁଡେ: ଏନ୍ଡିଏ-୩୩୯ରୁ ୩୬୫, ୟୁପିଏ-୭୭-୧୦୮, ଅନ୍ୟାନ୍ୟ-୬୯-୯୫ ଏବିପି-ଏନ୍ଡିଏ-୨୭୭, ୟୁପିଏ-୧୩୦, ଅନ୍ୟାନ୍ୟ-୧୩୫ ଟାଇମ୍ସ ନାଓ-ଭିଏମଆର-ଏନ୍ଡିଏ-୩୦୬, ୟୁପିଏ-୧୩୨,ମହାଗଠବନ୍ଧନ-୨୦, ଅନ୍ୟାନ୍ୟ-୦୦ ରିପବ୍ଲିକ-ସିଭୋଟର୍-ଏନ୍ଡିଏ-୨୮୭, ୟୁପିଏ-୧୨୮, ମହାଗଠବନ୍ଧନ-୪୦, ଅନ୍ୟାନ୍ୟ-୦୦ […]
ନୂଆଦିଲ୍ଲୀ : ଅନ୍ତିମ ପର୍ଯ୍ୟାୟ ସହ ଶେଷ ହୋଇଛି ସାଧାରଣ ନିର୍ବାଚନ ୨୦୧୯ ପାଇଁ ମତଦାନ ପ୍ରକ୍ରିୟା। ଆଜି ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ପୁଡୁଚେରୀକୁ ମିଶାଇ ୫୯ଟି ଆସନ ପାଇଁ ମତଦାନ ହୋଇଛି। ଶେଷ ଖବର ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ଆଜି ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୧୦ କୋଟି ୧ ଲକ୍ଷ ୭୫ ହଜାର ୧୫୩ ଭୋଟ୍ର। ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ଟି, ପଞ୍ଜାବର ୧୩ଟି , […]
ନୂଆଦିଲ୍ଲୀ: ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍ରେ ସିଲ୍ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ବିଜେପି ନେତୃତ୍ୱରେ ଏନ୍ଡିଏ ପୁଣି କ୍ଷମତାକୁ ଫେରିବ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତଙ୍କୁ ଜଳକା କରି କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହେବ, ତାହା ଜାଣିବାକୁ ଦେଶବ୍ୟାପୀ ଉତ୍କଣ୍ଠା ରହିଛି। ଜନତା ଜନାର୍ଦ୍ଦନ ନେଇଥିବା ନିଷ୍ପତ୍ତି ଆସନ୍ତା ୨୩ ତାରିଖରେ […]
ନୂଆଦିଲ୍ଲୀ : ପୁଣି କ୍ଷମତାକୁ ଫେରିବ ମୋଦି ସରକାର। ରିପବ୍ଲିକ୍ ଟିଭି-ସି ଭୋଟର-ଜନ୍କି ବାତ୍ ଏକ୍ଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୨୭୨ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମେଣ୍ଟକୁ ୨୮୭ରୁ ୩୦୫ ପର୍ଯ୍ୟାୟ ଆସନ ମିଳିବା ଆକଳନ କରାଯାଇଛି। ସେପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୨୪ରୁ ୧୨୮ଟି ଆସନ ଜିତିପାରେ। ଅନ୍ୟମାନେ ୧୧୩ରୁ ୧୨୭ ଆସନରେ ଜିତିବା ସମ୍ଭାବନା ରହିଛି। ଏନଡିଏ ମେଣ୍ଟ ଗୁଜରାଟର ୨୬ରୁ ୨୨, ରାଜସ୍ତାନରେ ୨୫ରୁ ୨୨ସହ […]
ହିମାଚଳ ପ୍ରଦେଶ : ଅନ୍ତିମ ପର୍ଯ୍ୟାୟରେ ଆଜି ଭୋଟ ଦେଇଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗୀ। ୧୦୨ ବର୍ଷୀୟ ନେଗୀ ହିମାଚଳ ପ୍ରଦେଶର କିନ୍ନୌର ନିର୍ବାଚାନ ମଣ୍ଡଳୀ ଅନ୍ତର୍ଗତ କଲ୍ପାର ଏକ ବୁଥ୍ରେ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ତାଙ୍କ ଜୀବନର ୩୨ତମ ମତଦାନ। ଆଜି କଲ୍ପା ବିଦ୍ୟାଳୟର ୫୧ ନମ୍ବର ବୁଥ୍ରେ ପହଞ୍ଚିବା ପରେ ପୋଲିଂ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ନିଜ ମତଦାନ […]
କେନ୍ଦୁଝର (ପ୍ରଣୟ କୁମାର ପାଣି): ଛୁଆଙ୍କ ଯତ୍ନ ନେବା ପାଇଁ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଘରକୁ ଆଣି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଏସ୍ଏଚ୍ଜି ଗ୍ରୁପର ମହିଳାମାନେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଛି। ଦୁଇ ବର୍ଷ ତଳେ କେନ୍ଦୁଝର ଟାଉନଥାନା ଗୁମୁରା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଘରେ ଛୋଟ ପିଲା ଧରିବା ପାଇଁ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଘରେ ରଖିଥିଲେ। […]
ରାୟଗଡ଼ା: ଥେରୁବାଲି ସ୍ଥିତ ଇମ୍ଫା ପ୍ଲାଣ୍ଟ ଆଗରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଏଥିପାଇଁ ପ୍ଲାଣ୍ଟ ପରିସରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସାଧାରଣ ଲୋକ ଓ କାରଖାନା ଭିତରେ ବନ୍ଦୀ ହୋଇ ରହିଥିବା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେପଟେ ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରବୀର ନାୟକ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ୍ ନୋଟ ରାକେଟ ଠାବ ହୋଇଛି। ଜାଲ୍ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କଠାରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ରଞ୍ଜିତ ନାଏକ, ଗୁଡ଼ଭେଲିପଦରର ରାଜେଶ କୁମାର ସାହୁ, ସୁବର୍ଣ୍ଣପୁର ପାଣିସିଆଲି ଗାଁର ସର୍ବେଶ୍ୱର ମିଶ୍ର। ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରାମାନନ୍ଦ ପଧାନ ଏବେବି ଫେରାର […]
ପୋଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ମଧ୍ୟରେ ଶୁକ୍ରବାର ଐତିହାସିକ ସାକ୍ଷାତ ହୋଇଛି। ଏଥିପାଇଁ କିମ୍ ଜଙ୍ଗ୍ ଉନ୍ ନିଜେ ଚାଲି ଚାଲି ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। କିମ୍ ଜଙ୍ଗ୍ ଉନ୍ ସୀମା ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ତାଙ୍କୁ […]
ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଶୁକ୍ରବାର ଅନୌପଚାରିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ହୁବେଇ ସ୍ଥିତ ମ୍ୟୁଜିୟମରେ ଉଭୟ ନେତାଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଇଷ୍ଟଲେକ ଗେଷ୍ଟ ହାଉସରେ ଆଲୋଚନା ହୋଇଛି। ଏଥିରେ ଦୁଇଦେଶର ୬ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ କେଉଁସବୁ ପ୍ରସଙ୍ଗ ଆଲୋଚନା ହେବ ସେ ନେଇ […]
ଭୁବନେଶ୍ୱର: ବିଜେଡି ଛାଡିଲେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଅନ୍ତଝୋଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକଥା ସ୍ପଷ୍ଟ କରିଛନ୍ତି ହେମା। ଦଳ ଛାଡ଼ିବାକୁ ହେମା ୭ଟି କାରଣ ଦର୍ଶାଇଛନ୍ତି। ସେଥିରୁ କିଛି ପ୍ରମୁଖ ହେଲା, ତାଙ୍କୁ ଦଳରେ ଅଣଦେଖା କରାଯାଉଛି, ସରକାରୀ ଯୋଜନାରେ ବାଟମାରଣା ହେଉଛି, ପିସି କାରବାର ବହୁତ ହେଉଛି, ଆଦିବାସୀଙ୍କ ଜୀବନଶୈଳୀ ଓ ସଂପ୍ରଦାୟକୁ ନେଇ ଦଳର ସାଂସଦଙ୍କ ମନ୍ତବ୍ୟ ଇତ୍ୟାଦି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ୱର: ଆମ ସମାଜରୁ ଏବେବି ହଟିନି କୁସଂସ୍କାର। ଖେଳ ବୁଲ ଓ ପାଠପଢ଼ା ବୟସରେ କିଛି ବାପ ମା’ ସେମାନଙ୍କ ଝିଅକୁ ବାହା କରି ଦେଉଛନ୍ତି। ଏହା ଏକ କୁତ୍ସିତ ପରମ୍ପରା ଓ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଭଳି ଘଟଣା ସମାଜରେ ଘଟି ଚାଲିଛି। ଏହାର ୨ଟି ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ। ଅଭିଯୋଗ ମୁତାବକ, ଗୁରୁବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ ଏକ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା […]
ଭୁବନେଶ୍ୱର: ପୁଣି ଦନ୍ତା ହାତୀ ଆତଙ୍କ। ହାତୀ ଆକ୍ରମଣରେ ରାଜଗାଙ୍ଗପୁର ବନଖଣ୍ଡର ଲୋଧାବସା ଗାଁର ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟଙ୍କ କେର୍କେଟା। ଭୋରରୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାପାଇଁ ଉଦ୍ୟମ କରାଯାଉଛି। ଦନ୍ତା ହାତୀଟି ଦଳରୁ ଅଲଗା ହୋଇଯାଇଥିବାରୁ ହିଂସ୍ର ହୋଇ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। […]