Advertisment

RRB Technician Recruitment: ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ: ସୁଯୋଗ ନେବେ ଦଶମ ପ୍ରାର୍ଥୀ

ରେଳ ନିଯୁକ୍ତି ବୋର୍ଡ (RRB) ନେଇ ଆସିଛି ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
RRB Technician Recruitment 2024 Apply for 14298 posts

RRB Technician Recruitment 2024 Apply for 14298 posts

ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ରେଳ ନିଯୁକ୍ତି ବୋର୍ଡ (RRB) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RRBରେ ଟେକ୍ନିସିଆନ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୪ ହଜାରରୁ ଅଧିକ ପଦବୀ ପୂରଣ ହେବ। ଦଶମ ସହିତ ITI କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବ୍‌ସାଇଟ୍‌ www.rrbapply.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRB Technician Recruitment 2024 Apply for 14298 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୦୯୨ଟି ପୋଷ୍ଟ୍‌
  • ଟେକ୍ନିସିଆନ୍ ଗ୍ରେଡ୍ III – ୮୦୫୨ଟି ପୋଷ୍ଟ୍‌
  • ଟେକ୍ନିସିଆନ୍ ଗ୍ରେଡ୍ III (କର୍ମଶାଳା ଏବଂ PU) – ୫୧୫୪ଟି ପୋଷ୍ଟ୍‌
  • ମୋଟ୍ – ୧୪୨୯୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଟେକ୍ନିସିଆନ୍ ଗ୍ରେଡ୍ III – ଦଶମ ପାଶ୍ ସହିତ ITI ମଧ୍ୟ ପାଶ କରିବା ଉଚିତ
  • ଟେକ୍ନିସିଆନ ଗ୍ରେଡ୍ I ସିଗନାଲ୍ – ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ବି.ଏସ୍.ସି (ପଦାର୍ଥ ବିଜ୍ଞାନ / ଇଲେକ୍ଟ୍ରୋନିକ୍ସ / ଆଇଟି) ଡିଗ୍ରୀ ହାସଲ କରିବା ଆବଶ୍ୟକ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୩୬ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସଂରକ୍ଷିତ ବର୍ଗ – ୨୫୦ ଟଙ୍କା
  • ଅନ୍ୟ ବର୍ଗ – ୫୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railways Indian Railway Jobs Govt Jobs Job Search Job Seekers
Advertisment
Advertisment