• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vigilance
ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ। ଜୟପୁରର ଜଣେ ମିଲର ପି ସନ୍ନମୁଖା ବାବୁଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୋଗାଣ ଅଧିକାରୀ ବଲ୍ଲଭ ଚନ୍ଦ୍ର ଦାସ। ମିଲର ଜଣକ ୨୦୧୨ ଓ ୧୩ ବର୍ଷରେ କଷ୍ଟମ ବିଲ୍‌ ବାବଦକୁ ୨୨ ଲକ୍ଷ ଟଙ୍କା ପାଇବାର ଥିଲା। ତେବେ ଏହି ଚେକ୍‌ ଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ତାଙ୍କୁ ୫୦ ହଜାର ଟଙ୍କାର  ଲାଞ୍ଚ ମାଗିଥିଲେ।  […]

bus strike
ସରକାରଙ୍କ ସହ ଆଲୋଚନାରୁ ବାହାରିଲାନି ନିଷ୍କର୍ସ : ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ

ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସକାଳ ୬ଟାରୁ ଠପ୍ ହୋଇଯିବ। ଯେଉଁ ସବୁ ଦାବି ନେଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ସେଥିମଧ୍ୟରେ ରହିଛି ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସ୍‌ […]

pmg
ଶିକ୍ଷା ସହାୟକଙ୍କ ଆନ୍ଦୋଳନକୁ ନେଇ ଆରୋପ ପ୍ରତ୍ୟାରୋପ :  ରାଜ୍ୟର ୪୦ପ୍ରତିଶତ ଅନୁଦାନ ଘୋଷଣାରେ ରାଜନୀତିର ଗନ୍ଧ ବାରିଲା ବିଜେପି

ଭୁବନେଶ୍ୱର : ଲୋୟର ପିଏମ୍‌ଜିରେ ଆନ୍ଦୋଳନ ତ ଚାଲିଛି ହେଲେ ଆଜି କିନ୍ତୁ ବଦଳିଯାଇଛି ଶିକ୍ଷା ସହାୟକଙ୍କ ଆଭିମୁଖ୍ୟ। ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିଲେ। ଆଉ ଆଜି କେନ୍ଦ୍ର ଆଡ଼କୁ ବୁଲି ଯାଇଛି ଦାବିର ତୀର। ସଂଘର ୭ଟି ପ୍ରମୁଖ ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ପୂରଣ କରିବାକୁ ପ୍ରତିଶୃତି ଦେବା ପରେ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି। ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟରତ ଶିକ୍ଷା ସହାୟକଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା […]

  • Friday, 16 July 2021
jaya prada
ବିଜେପିରେ ମିଶିଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା

ନୂଆ ଦିଲ୍ଲୀ : ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ଜୟାପ୍ରଦା। ନୂଆ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ସେ ନିର୍ବାଚନ ଲଢିବା ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ବିରୋଧରେ ସେ ବିଜେପି ପକ୍ଷରୁ ଲଢିବେ। ତେବେ ଏନେଇ ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୂର୍ବରୁ ୨୦୦୪ ଏବଂ ୨୦୦୯ ମସିହାରେ ସେ ରାମପୁର ଲୋକସଭା […]

  • Friday, 16 July 2021
naveen
ଆଗରୁ ନା, ଏବେ ହଁ : ମୋଦିଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସରଙ୍କୁ ନେଇ ବାଦବିବାଦପରେ ନବୀନ ସରକାର ନେଲେ ୟୁଟର୍ଣ୍ଣ। ଏବେ କିଛି ସର୍ତ୍ତ ରଖି ରାଜ୍ୟ ସରକାର, ପ୍ରଭାରୀ ଅଫିସର ପ୍ରସ୍ତାବକୁ ଗ୍ରୀନ୍‌ ସିଗ୍‌ନାଲ୍ ଦେଇଛନ୍ତି। ସଂଶୋଧିତ ପ୍ରସ୍ତାବ ନୀତି ଆୟୋଗ ପାଖକୁ ପଠାଯାଇଛି। ଆଉ ଏସବୁ ସର୍ତ୍ତ ଗ୍ରହଣ ହେଲେ ମୋଦୀଙ୍କ ପ୍ରଭାରୀ ଅଫିସର୍ କାର୍ଯ୍ୟକ୍ରମରେ ଓଡ଼ିଶା ସାମିଲ ହେବ। କେନ୍ଦ୍ର ତାଲିକାରେ ଥିବା ଓଡ଼ିଶାର ୮ ପଛୁଆ ଜିଲ୍ଲା ତାଲିକାରେ ସାମନ୍ୟ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ଢେଙ୍କାନାଳକୁ ବାଦ […]

  • Friday, 16 July 2021
rahul
ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ଘୋଷଣା କଲେ ରାହୁଲ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ଦେଶର ସବୁଠୁ ଅଧିକ ଗରିବ ୨୦ ପ୍ରତିଶତ ଲୋକଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ବାର୍ଷିକ ୭୨ ହଜାର ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି ରାହୁଲ। ଦଳ କ୍ଷମତାକୁ ଆସିଲେ ଏଭଳି ପରିବାରକୁ ମାସିକ ୬ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଆଜି କଂଗ୍ରେସର କାର୍ଯ୍ୟକାରିଣୀ  ବୈଠକରେ ଏହି ଘୋଷଣା କରାଯାଇଛି। ଏହାଦ୍ୱାରା ଦେଶର ୫ କୋଟି ପରିବାରର ୨୫ […]

  • Friday, 16 July 2021
odiya
ସୁକମା ମାଓ ଆକ୍ରମଣ : ଜଣେ ଓଡ଼ିଆ ଯବାନଙ୍କ ସହ ୯ ଜଣ ସହିଦ୍

ଛତିଶଗଡ଼ : ଭୟଙ୍କର ଥିଲା ମାଓ ବର୍ବରତାର ଛାତିଥରା, ଲୋମ ଟାଙ୍କୁରା ଦୃଶ୍ୟ। ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଛି ଯବାନଙ୍କ ସୁରକ୍ଷା କବଚ ମାଇନ୍ ପ୍ରୋଟେକ୍ଟେଡ୍ ଭେହିକିଲ। ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି ଯବାନଙ୍କ ମରଦେହ, ସାଜ ସରଞ୍ଜାମ। ଯେଉଁ ଗାଡ଼ି ମାଇନ୍ ବିସ୍ଫୋରଣରୁ ସୁରକ୍ଷା ଦେବା କଥା ସେ ଗାଡ଼ିର ଏ ଅବସ୍ଥା ହିଁ ବୟାନ କରୁଛି କେତେ ଶକ୍ତିଶାଳୀ ଥିଲା ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ ସୁକମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ବଡ଼ ଧରଣର […]

medical
ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ

ନୟାଗଡ଼ : ନୟାଗଡ଼ ଦଶପଲ୍ଲା ବଣିରେ ଅଜଣା ଜ୍ୱରର ଆତଙ୍କ ପରେ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ରକ୍ତନମୁନା ସଂଗ୍ରହ କରିଛି। ତାସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଛି। ଗତ ୧୫ ଦିନ ହେଲା ଏହି ଗାଁର କିଛି ଲୋକଙ୍କୁ ଜ୍ୱର ସହ ଥଣ୍ଡା କାଶ, ଆଣ୍ଠୁଗଣ୍ଠି ଦରଜ ଲାଗିରହିଛି। ରୋଗୀଙ୍କ ଠାରୁ ସଂଗୃହିତ ରକ୍ତ ନମୁନା ମ୍ୟାଲେରିଆ ନେଗେଟିଭ ଥିବା ନେଇ ସୂଚନା ଦେଇଛନ୍ତି ସିଡିଏମ୍‌ଓ। ଏପଟେ କୁଜମେଣ୍ଢୀ ପଞ୍ଚାୟତରେ ଡାକ୍ତରଖାନା ରହିଛି, ହେଲେ […]

  • Friday, 16 July 2021
scb
ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି। ଆଜି ଘଟଣାର ୬ଦିନ […]

indigo
ଭୁବନେଶ୍ୱର ଓ ଅନ୍ୟ ସହରରୁ ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ

ଭୁବନେଶ୍ୱର/ମୁମ୍ବାଇ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଆଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି। ଗତକାଲି ଇଣ୍ଡିଗୋର ଏକ ବିମାନ ବୈଷୟିକ ତୃଟି ଯୋଗୁ ୪୦ମିନିଟ୍‌ ପରେ ପୁଣି ଫେରି ଆସିଥିଲା। ଏହି ବିମାନଟି ଅହମଦାବାଦରୁ ଲକ୍ଷ୍ନୌ ଯାଉଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଛି […]

  • Friday, 16 July 2021
exam
ଇସ୍ରୋରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ବିଭିନ୍ନ ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ୍ www.sac.gov.in. କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ରେଜିଷ୍ଟ୍ରେସନ୍ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୨। ୮୦ ରୁ ଅଧିକ ଖାଲି ପଡ଼ିଥିବା Technicians, Engineers/Scientists, Cooks and Attendants ପଦବୀ ଲାଗି ଦରଖାସ୍ତ ଗ୍ରହଣ କରାଯାଉଛି।

dala samanta
କଟକ ଗୁଳିକାଣ୍ଡ ଘଟଣା : ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ, କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ : କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲା। ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମ କର୍ପୋରେଟର ରଞ୍ଜିତା ବିଶ୍ୱାଳ। ଆଜିଠୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ। ଏ ନେଇ ଜେଏମ୍ଏଫସି ରୁରାଲ ଅନୁମତି ଦେଇଛନ୍ତି। ଗତ ୭ ତାରିଖରେ କର୍ପୋରେଟର ରଞ୍ଜିତାଙ୍କୁ ଗିରଫ କରିଥିଲା ପୋଲିସ୍‌। ଡି ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା।  

mao
୮ ସିଆର୍‌ପିଏଫ୍‌ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED  ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି।  ମାଓବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି। ସହିଦ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ଯବାନମାନେ ପାଟ୍ରୋଲିଂ […]

  • Friday, 16 July 2021
amitabh
ଅମିତାଭ ବଚ୍ଚନ ଅସୁସ୍ଥ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ । ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ […]

police DG
ପୋଲିସ-ପବ୍ଲିକ୍ ସଂପର୍କ ଦୃଢ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର:  ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍। ଏଥିସହ ଡିଜି କହିଛନ୍ତି, […]

raid
ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।  ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।  କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

arvind kejriwal
ଅରବିନ୍ଦ କେଜରିୱାଲଙ୍କୁ ଆଉ ଏକ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି  ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜୈନଙ୍କୁ ପଚରାଉଚୁରା କରିବାର କିଛିଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ ତାଙ୍କର ଇସ୍ତଫା […]

  • Friday, 16 July 2021
similipal
ନିଆଁ ଘେରରେ ଶିମିଳିପାଳ ଜଙ୍ଗଲ

ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛିା