ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ […]
ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]
ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ […]
କେନ୍ଦ୍ରାପଡ଼ା: ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଜୁଲାଇ ୩୧ ତାରିଖ ଯାଏଁ ଏହା ବନ୍ଦ ରହିବ। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ। ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ […]
ଭୁବନେଶ୍ୱର: ତାତିରୁ ସାମାନ୍ୟ ତ୍ରାହି। ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ବି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, […]
ମାଲକାନଗିରି /ଭୁବନେଶ୍ୱର : କିସ୍ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶୃତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲେ ହେଲେ […]
ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍ ସହ ସମସ୍ତ VVPAT ସ୍ଲିପ୍କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର […]
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ। ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ। ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ […]
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇ […]
ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ […]
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୋଦି ସରକାର ସପକ୍ଷରେ ଥିବା ଅଣ୍ଡର କରେଣ୍ଟ ଭୋଟରେ ପରିଣତ ହେବ କି? ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ରୁ ଏନେଇ ସକାରାତ୍ମକ ସଂକେତ ମିଳିଛି। ଟାଇମ୍ସ ନାଓ ଭିଏମଆର ଏନଡିଏକୁ ୩୦୬ ଆସନ ଦେଇଥିବା ବେଳେ ୟୁପିଏକୁ ୧୩୨ ଓ ଅନ୍ୟମାନେ ୧୦୪ଟି ସିଟ୍ ପାଇବା ପୂର୍ବନୁମାନ କରିଛି ରିପବ୍ଳିକ-ସି ଭୋଟର ସର୍ଭେରେ ଏନଡିଏକୁ ୨୮୭, ୟୁପିଏକୁ ୧୨୮ ଓ ଅନ୍ୟ ଦଳ ୧୧୭ଟି ଆସନ ପାଇବା ଆକଳନ […]
ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଆଜି ବୁହାନ ସହର ଇଷ୍ଟ୍ ହ୍ରଦ କୂଳରେ କିଛି ସମୟ ବୁଲିବା ପରେ ନୌକାବିହାର କରିଥିଲେ । ଏଥିସହ ଉଭୟ ନେତା ମିଶିକି ଚା’ ମଧ୍ୟ ପିଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଉଭୟ ନେତାଙ୍କର ୬ଥର ସାକ୍ଷାତ। ଦୁଇ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛ। A memorable boat ride on the beautiful East Lake, which […]
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଉଷ୍ଣପ୍ରସବଣ ତପ୍ତପାଣି ସଙ୍କଟରେ। ଏଠାରେ ବାହାରୁ ଥିବା ପାଣିର ପରିମାଣ କମି କମି ଆସୁଛି। କିଛି ମାସ ଭିତରେ ପାଣିର ଉଷ୍ଣତା ମଧ୍ୟ କମିଯାଇଛି। ସରକାର ଏ ଦିଗରେ କିଛି ପଦକ୍ଷେପ ନ ନେଲେ, ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଗତ ଡିସେମ୍ବରରେ ନିକଟରେ ଥିବା ହନୁମାନ ମନ୍ଦିରରେ ଏକ ବୋର୍ୱେଲ୍ ଖୋଲିବା ପରେ ଏହି ଅବସ୍ଥା। ବୋର୍ୱେଲ୍ରୁ ଗରମ ପାଣି ବାହାରିଥିବାରୁ ଅଭିଯୋଗ ପରେ ପ୍ରଶାସନ ତାକୁ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି। ସୂଚନାଅନୁସାରେ, ଗତକାଲି ରାତିରୁ ଗାଁ ମୁଣ୍ଡରେ […]
ଭୁବନେଶ୍ୱର: ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍ରେ ବସିଥିବା ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍। ସେହିପରି ସେମାନଙ୍କ ବୀମା ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ତା’ସହ ସେମାନଙ୍କ ମେଡିକାଲ ଭତ୍ତା ମାସିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ […]
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି। ମାତ୍ର ୫ଟି ସହର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨. ୫ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଆଭ୍ୟନ୍ତୀରଣ ଓଡ଼ିଶାର ଭବାନୀପାଟଣା, ବଲାଙ୍ଗିର, ମାଲକାନଗିରି ଓ ସୋନପୁରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା […]
ଭୁବନେଶ୍ୱର: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ପରୀକ୍ଷା ୨୦୧୭ ଫଳ ଆଜି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଶୁଭଙ୍କର ମହାପାତ୍ର ୪୬ ତମ ସ୍ଥାନରେ ରହିଛନ୍ତି। ସେହିପରି ହାଇଦ୍ରାବାଦର ଅନୁଦୀପ ଦୂରୀସେଚ୍ଚୀ ଟପ୍ପର ହୋଇଥିବା ବେଳେ ଅନୁ କୁମାର ଦ୍ୱିତୀୟ ଓ ସଚିନ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୪୩ ତମ ସ୍ଥାନରେ ଅମୀୟ ପ୍ରସନ୍ନ ନନ୍ଦ, ୨୫୧ରେ ସମୀତ ପଣ୍ଡା, ୪୦୧ରେ କବିତା ରାଣୀ ସ୍ୱାଇଁ, ୪୫୨ ସ୍ଥାନରେ ଆଦିତ୍ୟ […]
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। ଏମ୍ସର ରେସିଡେଣ୍ଟ ଡାକ୍ତର ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାକୁ ଓହ୍ଲାଇ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସିନିଅର୍ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ବହୁ ସଂଖ୍ୟାରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ବୁଧବାର ଦିନ କୌଣସି କାରଣରୁ ସିନିଅର ଡାକ୍ତରଙ୍କ ସହ ରେସିଡେଣ୍ଟ ଡାକ୍ତରଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିନିଅର୍ ଡାକ୍ତର ଜଣକ କ୍ଷମା […]
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର କଠୁଆର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତରେ ହେଉଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ଅଦାଲତରେ ଶୁଣାଣି କରିବା ନେଇ ପୀଡ଼ିତାଙ୍କ ବାପାଙ୍କ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ନିଜ ପକ୍ଷ ରଖିବାକୁ ସମୟ ଦେଇଛନ୍ତି କୋର୍ଟ। ତେବେ କାଠୁଆ ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ […]