୨୦୨୦-୨୧ରେ କରୋନାର ପ୍ରଥମ ଲହରୀ ସମୟରେ ବିଭିନ୍ନ ସ୍ଥାନରେ ୧୩୦ କୋଟି ଟଙ୍କାର ଦାନ କରିଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ PPE କିଟ୍ ଏବଂ ଔଷଧ ମଧ୍ୟ ପ୍ରଦାନ କରିଯାଇଥିଲା ।
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ
ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।
ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ।
ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।
କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।
ଏସ୍ ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି
ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଇସ୍ଲମାବାଦ: ଗୋଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣଙ୍କ ପାଇଁ ତୃତୀୟ କନ୍ସୁଲାର୍ ଆକ୍ସେସ୍ ଦେଇଛି ପାକିସ୍ତାନ। ବିନା ପାକିସ୍ତାନ କର୍ମଚାରୀରେ କୁଳଭୂଷଣକୁ କନସୁରାଲ ଆକ୍ସେସ୍ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ତୃତୀୟ କନସୁଲାରରେ ସାକ୍ଷାତ ବେଳେ କୌଣସି ପାକିସ୍ତାନୀ କର୍ମଚାରୀ ରହିବେ ନାହିଁ ବୋଲି ପାକ୍ କହିଛି। ପାକିସ୍ତାନ ଗତକାଲି କୁଳଭୂଷଣ ପାଇଁ ଦ୍ୱିତୀୟଥର କନ୍ସୁଲାର ଅକ୍ସେସ୍ ଦେଇଥିଲା। କିନ୍ତୁ ମୁକ୍ତଭାବେ କନ୍ସୁଲାର ଦେଇନଥିବାରୁ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗ […]
ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ବିଗତ ୬ ବର୍ଷ ହେବା ଏସବୁ ନଷ୍ଟ ହୋଇଛି। ଯାହାର ପରିଣାମ ସ୍ୱରୂପ […]
ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ମେହରାଜ୍ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା ବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍ରେ ଅପହରଣ କରି ନେଇଥିଲେ। ଏହାପରେ ସୁରକ୍ଷା କର୍ମୀ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ […]
ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର ମାତ୍ର ୧୦ ପ୍ରତିଶତ ସାମ୍ନାକୁ ଆସିଛି। ଆହୁରି ୯୦ ପ୍ରତିଶତ ଆସିବା ବାକି ଅଛି। ଘଟଣା ସମ୍ପର୍କରେ ସୁନୀତା କହିଛନ୍ତି ଯେ ସେଦିନ ତାଙ୍କ […]
ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା କରିବାର ଥିଲା, କିନ୍ତୁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ନୋଟିସ […]
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ୩୦ ପ୍ରତିଶତ ଛାତ୍ରୀ ଆଇଟିଆଇ ଓ ପଲିଟେକ୍ନିକ୍ରେ ଆଡମିଶନ ପାଇଁ ଲକ୍ଷ୍ୟ […]