Advertisment

ଅନ୍ଧାଧୁନ୍ ଗୁଳିମାଡ଼ରେ ଆସାମ ପୋଲିସର ୬ଜଣ ସୁରକ୍ଷାକର୍ମୀ ସହିଦ

ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ।

author-image
Chandan Shishu
ଅନ୍ଧାଧୁନ୍ ଗୁଳିମାଡ଼ରେ ଆସାମ ପୋଲିସର ୬ଜଣ ସୁରକ୍ଷାକର୍ମୀ ସହିଦ

Assam Police

ଦିସପୁର: ଉତ୍ତର-ପୂର୍ବ ଭାରତର ଦୁଇ ପ୍ରମୁଖ ରାଜ୍ୟ ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଛି। ଉଭୟ ରାଜ୍ୟର ସୀମାକୁ ଲାଗିଥିବା ଅଞ୍ଚଳରେ ହିଂସା ବେକାବୁ ହୋଇପଡିଛି। ମିଜୋରାମ ପଟୁ ଦୁର୍ବୃର୍ତ୍ତଙ୍କ ଅନ୍ଧାଧୁନ୍ ଗୁଳିମାଡ଼ରେ ଆସାମ ପୋଲିସର ୬ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୬ ଯବାନଙ୍କ ସହିଦ ହେବା ସମ୍ପର୍କରେ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି। ତେବେ ସୀମାରେ ହୋଇଥିବା ସଂଘର୍ଷ ୫୦ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।

Advertisment

ସେପଟେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଛନ୍ତି ଓ ଦରକାର ପଡ଼ିଲେ ମିଜୋରାମ ରାଜଧାନୀ ଆଇଜଲକୁ ନିଜେ ଯାଇ କଥା ହେବେ ବୋଲି କହିଛନ୍ତି। ତେବେ ଆସାମ ସରକାର ପ୍ରଥମେ, ସୀମାରୁ ପୋଲିସ ଫୋର୍ସ ସହ ଅସାମାଜିକ ତତ୍ୱଙ୍କୁ ଅପସାରଣ କରିବାକୁ ଦାବି କରିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ। ସୀମାରେ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ଟ୍ୱିଟର ଓ୍ୱାର ସୃଷ୍ଟି ହୋଇଥିଲା। ନିଜେ ମିଜୋରାମ ମୁଖ୍ୟମନ୍ତ୍ରୀ ଉତ୍ତେଜନା ସମୟର ଏକ ଭିଡିଓକୁ ଟ୍ବିଟ୍‌ରେରେ ପୋଷ୍ଟ କରି ଏହାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଟ୍ୟାଗ୍ କରିଥିଲେ।

ସେପଟେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ନେଇ ବିଗୁଡୁଥିବା ସ୍ଥିତିକୁ ଦେଖି ନିଜେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଆଲୋଚନାବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବି ସୀମାରେ ଶାନ୍ତି ବଜାୟ ରଖିବାକୁ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। ଗତ ଜୁନ୍ ମାସରୁ ଆସାମ-ମିଜୋରମ ସୀମାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହେଲାଣି।

Advertisment

ମିଜୋରାମର ଆଇଟାଲଘଂର ନାମକ କିଛି ଅଞ୍ଚଳକୁ ଆସାମ ନିଜ କବ୍ଜାରେ ରଖିବାରୁ ସୃଷ୍ଟି ହୋଇଥିଲା ବିବାଦ। ଆସାମ ଏହାକୁ ନିଜର ବୋଲି ଦାବି କରୁଥିବାବେଳେ ଶହେ ବର୍ଷରୁ ଅଧିକ ସମୟ ଧରି ମିଜୋରାମ ଲୋକେ ଏଠାରେ ଚାଷବାସ କରୁଥିବା ସେଠାକାର ମୁଖ୍ୟମନ୍ତ୍ରୀ ଦାବି କରୁଛନ୍ତି। ତେବେ ଗତ କିଛି ଦିନ ହେଲା ଉକ୍ତ ବିବାଦୀୟ ସ୍ଥାନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ବଢ଼ିଛି। ଦୁଇ-ତିନ ହେଲା ଘଟଣାସ୍ଥଳରେ ସ୍ଥିତି ଅତ୍ୟନ୍ତ ହିଂସାତ୍ମକ ରହିଛି। ଉଭୟ ରାଜ୍ୟର ଉତ୍ତ୍ୟକ୍ତକାରୀ ସୀମାରେ ବ୍ୟାପକ ଭଙ୍ଗାରୁଜା ସହ ପରସ୍ପର ଉପରେ ବୋମା, ବନ୍ଧୁକ ଓ ଲାଠିରେ ବି ପରସ୍ପରକୁ ଆକ୍ରମଣ କରିବାକୁ ବି ପଛାଇ ନାହାନ୍ତି। 

India News Union Home Minister Amit Shah Twitter Police
Advertisment
Advertisment