Advertisment

“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

congress

ନୂଆଦିଲ୍ଲୀ: କରୋନା ସମୟରେ ସ୍କୁଲ ଖୋଲିଲ ଠିକ୍‌ ଅଛି କିନ୍ତୁ ପିଲାଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ କେମିତି ରଖାଯାଇପାରିବ ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି କହିଛି କଂଗ୍ରେସ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉଥିବାବେଳେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ କଂଗ୍ରେସ ଦାବି କରିଛି। ସ୍କୁଲ ଖୋଲିବା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଉପରେ ସରକାର ଧ୍ୟାନ ଦେଇନାହାନ୍ତି କି ସମସ୍ତଙ୍କୁ ଟିକାକରଣ କରାଯାଇଛି କି ନାହିଁ ତାହା ମଧ୍ୟ ସରକାର ଜାଣିନାହାନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି। ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।

Advertisment

ସେହିପରି ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୬୦ଭାଗ ପ୍ରଥମ ଟିକା ନେଇଥିବାବେଳେ ମାତ୍ର ୪୦ ଭାଗ ଦ୍ୱିତୀୟ ଟିକା ନେଇଛନ୍ତି। ଅର୍ଥାତ ଏମାନେ ସମସ୍ତେ କରୋନା ମହାମାରୀର କବଳରୁ ମୁକ୍ତ ହୋଇନାହାନ୍ତି, ତେଣୁ ସେହି ଦୃଷ୍ଟିରୁ ସ୍କୁଲ ଖୋଲିବା ପୂର୍ବରୁ ସରକାର ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଥିବା ବୋଲି ଦଳ କହିଛି। ଏହାସହ ଗତବର୍ଷ ମହାମାରୀ ଆରମ୍ଭ ଦିନରୁ ପିଲାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଛି। କାରଣ କରୋନା ମହାମାରୀ ପାଇଁ ସରକାର ଅନଲାଇନ୍‌ ପାଠପଢ଼ା ଆରମ୍ଭ କରିଛନ୍ତି କିନ୍ତୁ ଅଧାରୁ ଅଧିକ ସ୍ଥାନରେ ଏବେ ପର୍ଯ୍ୟନ୍ତ ଅନଲାଇନ୍‌ କ୍ଲାସ ସମ୍ଭବ ହେଉନାହିଁ। କୌଣସି ବ୍ୟବସ୍ତା ନଥାଇ ଅନଲାଇନ୍ କ୍ଲାସ୍‌ର ମାନେ କଣ ବୋଲି ଦଳ ପ୍ରଶ୍ନ କରିଛି। ତେବେ ଏଥର ସଂସଦର ମୌସୁମୀ ଅଧୀବେଶନରେ କଂଗ୍ରେସ୍‌ ସରକାରଙ୍କୁ ଘେରିବାକୁ ସବୁ ପ୍ରକାର ଉଦ୍ୟମ କରୁଥିବା ଦେଖାଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏନେଇ ବିଜେପି ନେତା କୌଣସି ପ୍ରତିକ୍ରିୟା ମଧ୍ୟ ରଖିନାହାନ୍ତି।

Advertisment
Congress SchoolReopen Coronavirus India
Advertisment
Advertisment