ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବିଶାଖାପଟନମ୍ ସହରରେ ଥିବା ସାଇନର ଲାଇଫ୍ ସାଇନସ ପ୍ରାଇଭେଟ ଲିମିଟେଡରେ ବେଞ୍ଜିମିଡାଜୋଲ୍ ଗ୍ୟାସ ଲିକ ହୋଇଥିଲା। ଗ୍ୟାସକୁ ନିୟନ୍ତ୍ରଣ କରିବାକୁ କମ୍ପାନୀ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ […]
ନୂଆଦିଲ୍ଲୀ: ପ୍ରାୟ ଘଣ୍ଟାଏର ଭିଡିଓରେ ଏକ ଦଶନ୍ଧିର ସୂର୍ଯ୍ୟ। ସୌରଚକ୍ରର ଟାଇମ୍-ଲାପ୍ସ ଭିଡିଓ ଜାରି କରିଛି ନାସାର ସୋଲାର୍ ଡାଇନାମିକ୍ସ ଅବଜର୍ଭେଟୋରି। ୬୧ ମିନିଟ ଅବଧିର ଏହି ଭିଡିଓରେ ୧୦ ବର୍ଷ ଭିତରେ ସୂର୍ଯ୍ୟଙ୍କ ବହିର୍ଭାଗରେ ହୋଇଥିବା ପରିବର୍ତ୍ତନକୁ ଦେଖିବାକୁ ମିଳୁଛି। ବୁଧବାର ଏହି ଭିଡିଓ ଜାରି କରିଥିଲା ନାସା। ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ନାସାର ଡାଇନାମିକ୍ ଅବଜର୍ଭେଟୋରି। ସେହି ୧୦ ବର୍ଷର ଟାଇମ୍-ଲାପ୍ସ ଭିଡିଓକୁ […]
ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ। ଏହି ବିକ୍ଷୋଭ ଅସଚେତନ, ଅସମ୍ବେଦନଶୀଳ ଏବଂ ପେଟ୍ରୋଲ ଓ ଡିଜେଲ୍ର ଅସମ୍ଭବ ବୃଦ୍ଧି ବିରୋଧରେ ହେବ। ଏବଂ […]
ଚେନ୍ନାଇ: ଜମି ବିବାଦ ବିଷୟରେ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା ପୁଲିସ। ଥାନାରୁ ଫେରିବା ପରେ କାହା ସହ କଥା କହିପାରୁ ନଥିଲେ କୁମାରସେନ। କିନ୍ତୁ ହଠାତ୍ ସେ ରକ୍ତବାନ୍ତି କଲେ। ତାପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ପଚାରିବାରୁ ସେ ଯାହା କହିଲେ, ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ଶେଷରେ ଡାକ୍ତରଖାନାରେ ଆଡ୍ମିଶନ ହେବାର ୧୫ ଦିନ ପରେ କୁମାରେସେନଙ୍କର ମୃତ୍ୟୁ ହୋଇଛି। ଘଟଣା ଥିଲା ଏମିତି… ତାମିଲନାଡୁର […]
କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର ଟି- ଶାର୍ଟ ଚିରିବା ସହିତ ଜଳାପୋଡ଼ା କରିଥିଲେ। ଜମାଟୋ କମ୍ପାନୀରେ ଚୀନ୍ ଅର୍ଥ ନିବେଶ କରିଥିବାରୁ ଏହାକୁ ବିରୋଧ କରି କର୍ମଚାରୀମାନେ ଏପରି କରିଛନ୍ତି। ଏଥିସହିତ ଜମାଟୋରୁ […]
ନୂଆଦିଲ୍ଲୀ: ଏଲ୍ଏସି ସୀମାରେ ଚାଇନା ତାର ଫାଇଟର୍ ଏୟାର୍କ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଉଥିବା ବେଳେ ତ୍ୱରିତ ପଦକ୍ଷେପ ନେଇ ଭାରତ ମଧ୍ୟ ପଶ୍ଚିମ ଲଦାଖ ସେକ୍ଟର୍ରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍କୁ ମୁତୟନ କରିଛି। ସୀମାରେ ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ଚାଇନା ତରଫରୁ କୌଣସି ଅପ୍ରିତିକର ପରିସ୍ଥିତିର ଯବାବ ଦେବାକୁ ଭାରତ ପକ୍ଷରୁ ମଧ୍ୟ ଅତ୍ୟାଧୁନିକ ଫାଇଟର୍ ଜେଟ୍ ମୁତୟନ କରାଯାଇଛି। ଉଭୟ ବାୟୁସେନା ଓ ସ୍ଥଳସେନାର ଫାଇଟର୍ ଜେଟ୍ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଛି ଜୋରଦାର ଖୋଳତାଡ଼। ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମାଙ୍କୁ ପଚରାଉଚରା କରୁଛି ପୋଲିସ୍। ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ରେ ସାନୁଙ୍କୁ ଡକାଯାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୟଶରାଜ ଫିଲ୍ମକୁ ନୋଟିସ୍ ହୋଇଥିଲା। ଆଉ ଏହାପରେ ଆଜି ପ୍ରଥମ ଥର ପାଇଁ ୟଶରାଜ ଫିଲ୍ମର କୌଣସି ବରିଷ୍ଠ ଅଧିକାରୀଙ୍କୁ ଏନେଇ ଜେରା ପାଇଁ ଡାକିଛି ପୋଲିସ୍। ୟଶରାଜଙ୍କ କିଛି ଫିଲ୍ମ ପାଇଁ ସୁଶାନ୍ତଙ୍କ ଚୁକ୍ତି କରାଯାଇଥିଲା। […]
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। It’s here in #Gurgaon .. #locust #LocustsAttack pic.twitter.com/UxCKj3hc0P — sdas (@sumitdos) June 27, 2020 ଗୁରୁଗ୍ରାମର ବ୍ୟସ୍ତବହୁଳତ ଏମ୍ଜି ରୋଡ୍ ଏବଂ ଇଫ୍କୋ ଚୌକ୍ […]
ନୂଆଦିଲ୍ଲୀ: LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ ସ୍ଥିତି ବଜାୟ ରଖାଯାଉ ବୋଲି ଭାରତ ଚୀନ ନିକଟରେ ଦାବି କରିଛି। ଚୀନ ସେନା ନିଜ ପୂର୍ବ ଅବସ୍ଥିତିକୁ ଫେରିଯାଉ ବୋଲି ଭାରତ ଚାହୁଁଛି। କିନ୍ତୁ ଚୀନ ହଟୁ ନାହିଁ। […]
ନୂଆଦିଲ୍ଲୀ: ଶେଷରେ କରୋନା ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଆଜି ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ମଧ୍ୟ ହେବେ। ନିମୋନିଆ କାରଣରୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସାକେତର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଠାରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜିବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୫୫ ବର୍ଷୀୟ ଆପ୍ ନେତା ସତୈନ୍ଦ୍ର ଜୈନ୍ଙ୍କୁ ପ୍ଲାଜ୍ମା […]
ନୂଆଦିଲ୍ଲୀ: ଚାଇନା ସହିତ ଆମ ସୀମା ସୁରକ୍ଷା ଦାୟିତ୍ୱରୁ କେନ୍ଦ୍ର ସରକାର ଏମିତି ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ପରିସ୍ଥିତି ସମ୍ପର୍କରେ ଦେଶକୁ ନିହାତି ଅବଗତ କରିବା ଦରକାର। ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସହିଦ ୨୦ ଯବାନ ସମ୍ମାନରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ସୋନିଆ କେନ୍ଦ୍ରକୁ ସେଇ ଏକା ପ୍ରଶ୍ନ ପୁଣିଥରେ ପଚାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦାବି ଅନୁସାରେ, […]
ଲଦାଖ: LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି ସମନ୍ୱୟରେ କୌଣସି ଅସୁବିଧା ନ ହୁଏ, ଏବେ ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ ହୁଏ, ସେଥିପାଇଁ କରାଯାଉଛି। ଏହି ଜଏଣ୍ଟ ଅପରେସନ LACକୁ ଯାଇ ସ୍ଥଳସେନା […]
ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍ଇର ବାକି ଥିବା ପରୀକ୍ଷା ଜୁଲାଇ ପ୍ରଥମାର୍ଦ୍ଧରେ ହେବାକୁ ଥିବା ବେଳେ ଏହାକୁ ରଦ୍ଦ କରି ଦେଇଛି ବୋର୍ଡ। ଜୁଲାଇ ୧୫ ତାରିଖରେ ପରୀକ୍ଷା ବିନା ପିଲାଙ୍କ ରେଜଲ୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ସିବିଏସ୍ଇ ଓ ଆସିଏସ୍ଇ ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ କରିବାକୁ କହିଛି। ମୂଲ୍ୟାଙ୍କନ ନିୟମ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ କୋର୍ଟ ମଧ୍ୟ ସିବିଏସ୍ଇକୁ ଅନୁମତି ଦେଇଛନ୍ତି। […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି। ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ, ରାଜ୍ୟଗୁଡ଼ିକର ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ମିଶାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦରରେ ସୁନା ଉପଲବ୍ଧ ହେବ। ଭୁବନେଶ୍ୱରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ହୋଇଛି। […]
ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍ ଖାନ୍ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ ଗୁରୁବାର ସଂସଦରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଯେ ପାକିସ୍ତାନର ଆକାଶ ପଥ ଦେଇ ଆମେରିକା ପ୍ରବେଶ କରିଥିଲା। ଏବଂ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ […]
ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ […]
ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ। ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା ସ୍ଥଳରେ ସୈନ୍ୟ ସରଞ୍ଜାମ ଧରି ସୀମାକୁ ଯାଇଛନ୍ତି। ଶନିବାର ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ ସିଂହ, ମିଲିଟାରୀ ଅପରେସନ୍ର ଡାଇରେକ୍ଟର ଜେନେରାଲ୍ ଏବଂ ଆଇଟିବିପି ମୁଖ୍ୟ ଏସ୍ଏସ୍ ଦେଶୱାଲ୍ […]
ନୂଆଦିଲ୍ଲୀ: ଡିଜେଲ୍, ପେଟ୍ରୋଲ୍ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନାର ଦାମ ୧୦ […]