• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରଥମ ଲହରୀରେ ୧୩୦ କୋଟି ଟଙ୍କା ଦାନ କରିଥିଲା ମ୍ୟାନ୍ କାଇଣ୍ଡ ଫାର୍ମା

  • ଦ୍ୱିତୀୟ ଲହରୀରେ ୧୪୦ କୋଟି ସହାୟତା ରାଶି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରଳୟ ଆସିଲା ଭଳି ସମସ୍ୟା ସୃଷ୍ଟି ହୋଇଛି । ଏହି ଦୁଇ ବର୍ଷରେ ଲୋକମାନଙ୍କୁ ମାନବ ଇତିହାସରେ ସବୁଠାରୁ ବଡ ସଙ୍କଟର ସାମ୍ନା କରିବାକୁ ପଡ଼ିଛି । କରୋନା ବିପର୍ଯ୍ୟୟ ହେତୁ ‌ଅନେକ କମ୍ ବୟସର ଲୋକ ଅକାଳରେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ତେବେ ସଙ୍କଟର ଏହି ଘଡ଼ିରେ ଚାରିଆଡ଼େ ତ୍ରାହି ତ୍ରାହିର ଚିତ୍କାର ଶୁଭୁଥିବା ବେଳେ କିଛି ଲୋକ ଥିଲେ ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା ଏବଂ ଚିକିତ୍ସା ଯୋଗାଇ ଦେଉଥିଲେ । ଆଉ ସେମାନେ ହେଲେ ଆଗଧାଡ଼ିର ଯୋଦ୍ଧା । ନିଜ ଜୀବନକୁ ଖାତିର ନକରି କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଥିଲେ ଓ ଏବେ ରଖିଛନ୍ତି ମଧ୍ୟ ।

କରୋନାର ପ୍ରଥମ ଲହରୀରେ ୧୩୦ କୋଟି ଟଙ୍କା ଦାନ କରିଥିଲା ମ୍ୟାନ୍ କାଇଣ୍ଡ ଫାର୍ମା

ସମ୍ମୁଖ ଯୋଦ୍ଧାଙ୍କ ବ୍ୟତୀତ କିଛି ସଂସ୍ଥା ମଧ୍ୟ କରୋନା ବିରୋଧୀ ଯୁଦ୍ଧରେ ସାମିଲ ଥିଲେ । ଯେଉଁମାନେ ପରଦା ପଛରୁ ଲୋକଙ୍କୁ ସାହାଯ୍ୟ କରୁଥିଲେ, ଆଉ ସେଥି ମଧ୍ୟରୁ ଗୋଟିଏ ହେଉଛି ମ୍ୟାନ୍ କାଇଣ୍ଡ ଫାର୍ମା । ମହାମାରୀ ସମୟରେ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା । ମ୍ୟାନ୍ କାଇଣ୍ଡ୍ ଫାର୍ମା ଯୋଗୁଁ ସମ୍ମୁଖ ଯୋଦ୍ଧାଙ୍କୁ ଲଢ଼େଇ ଜାରି ରଖିବାକୁ ଆହୁରି ବଳ ମିଳିଥିଲା ।

୨୦୨୦-୨୧ରେ କରୋନାର ପ୍ରଥମ ଲହରୀ ସମୟରେ ବିଭିନ୍ନ ସ୍ଥାନରେ ୧୩୦ କୋଟି ଟଙ୍କାର ଦାନ କରିଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ଏଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କୁ PPE କିଟ୍ ଏବଂ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ସହିତ ଅଭାବୀ ଲୋକଙ୍କୁ ରାସନ ଯୋଗାଇ ଦେଇଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ସେହିପରି କରୋନା ସାମ୍ନାରେ ଛିଡ଼ା ହୋଇଥିବା ସମ୍ମୁଖ ଯୋଦ୍ଧାଙ୍କ ସାହସ ବଢ଼ାଇଥିଲା ।

ଦ୍ୱିତୀୟ ଲହରୀରେ ୧୪୦ କୋଟି ସହାୟତା ରାଶି

କରୋନାର ଦ୍ୱିତୀୟ ଲହରୀରେ ଦେଶରେ କରୁଣ ଚିତ୍କାର ଶୁଭୁଥିବା ବେଳେ ପୁଣି ସହଯୋଗରେ ହାତ ବଢ଼ାଇଥିଲା ମ୍ୟାନ୍ କାଇଣ୍ଡ୍ ଫାର୍ମା । ବର୍ତ୍ତମାନ ସୁଦ୍ଧା କରୋନା ବିରୋଧୀ ଯୁଦ୍ଧରେ ସାମିଲ ହୋଇ ପୁଣି ୧୪୦ କୋଟି ଟଙ୍କା ପ୍ରଦାନ କରିଛି । ଏଥିରେ ସହିଦ ଡାକ୍ତର, ପୋଲିସ କର୍ମଚାରୀ, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଦିଲ୍ଲୀ-ଏନସିଆରରେ କରୋନା ରୋଗୀଙ୍କ ପାଇଁ ଡାକ୍ତରଖାନାରେ ବେଡ଼୍ ମିଳୁନଥିବା ବେଳେ ମ୍ୟାନ୍ କାଇଣ୍ଡ୍ ଫାର୍ମା ଗୁରୁଗ୍ରାମରେ ରୋଗୀଙ୍କୁ ବେଡ୍ ଯୋଗାଇ ଦେଇଥିଲା ।