/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627309431.jpg)
maharashtra rain
ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହେଲାଣି ୩ ରାଜ୍ୟ। ପ୍ରବଳ ବର୍ଷାରେ ଯୁଆଡ଼େ ଦେଖିବେ ସିଆଡ଼େ ଖାଲି ଜଳପ୍ରଳୟର ଚିତ୍ର ସାମ୍ନାକୁ ଆସିବ। ମହାରାଷ୍ଟ୍ରର ସ୍ଥିତି ଗୋଟେ ପ୍ରକାର ସଙ୍ଗୀନ ହେଲାଣି। କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।
Also Read
ଅନେକ ତଳିଆ ଅଂଚଳରେ ମଧ୍ୟ ପାଣି ପଶିଥିବା ନେଇ ସୂଚନା ରହିଛି। କେବଳ ମହାରାଷ୍ଟ୍ର ନୁହେଁ ବରଂ କର୍ଣ୍ଣାଟକରେ ମଧ୍ୟ ବର୍ଷା ପ୍ରଳୟ କରିଛି। ସେପଟେ ପ୍ରବଳ ବର୍ଷାରେ ଗୁଜୁରାଟ୍ର ବି ସ୍ଥିତି ସଙ୍ଗୀନ ହେଲାଣି। ବର୍ଷା ଯୋଗୁଁ କେବଳ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୨୨୯୦୭୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତକାଲିଠାରୁ ବର୍ଷା ସାମାନ୍ୟ କମିଥିବା ହେତୁ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଉପୁଜିଥିବା ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏ ସମୟରେ ମହାରାଷ୍ଟ୍ରର ପ୍ରତ୍ୟେକ ଲୋକଙ୍କ ସାଙ୍ଗରେ ସରକାର ଅଛନ୍ତି।
ପ୍ରଭାବିତ ସବୁ ଲୋକଙ୍କୁ ସରକାର ସମସ୍ତ ସାହାଯ୍ୟ କରିବେ। ରନ୍ଧା ଓ ଶୁଖିଲା ଖାଦ୍ୟ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧବ। ତେବେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲାରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରତ୍ନଗିରିରେ ୨୧, ସତାରାରେ ୪୧, ଧାନେରେ ୧୨, କୋହ୍ଲାପୁରରେ ୭ ଏବଂ ମୁମ୍ବାଇରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣେରେ ଜଣଙ୍କର ଜୀବନ ଯାଇଛି। ଏହାସହ ପ୍ରବଳ ବର୍ଷାରେ ୮୭୫ ଗାଁ ପ୍ରଭାବିତ ହୋଇଛି। ତେବେ ବର୍ଷାରେ ଅନେକ ଫସଲ ନଷ୍ଟ ହୋଇଯାଇଛି। ଏବେ କେମିତି ଫସଲ ଉତ୍ପାଦନ ହେବ ସେ ଚିନ୍ତାରେ ଚାଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)